top of page
Search

ହବିଷିଆଳି ଙ୍କ ବିନା କାର୍ତ୍ତିକ ମାସ କିପରି ଅତିବାହିତ ହେଲା

Writer's picture: QLS InsiderQLS Insider


ଭାରତରେ ପ୍ରଚଳିତ କ୍ୟାଲେଣ୍ଡର ଅନୁଯାୟୀ କାର୍ତ୍ତିକ ମାସ ସବୁ ମାସ ମଧ୍ୟରେ ହେଉଛି ପବିତ୍ର ମାସ । ଓଡିଆ କ୍ୟାଲେଣ୍ଡର ରେ ବର୍ଷ ଆରମ୍ଭ ହେବା ୫ ମାସ ପରେ କାର୍ତ୍ତିକ ମାସ ଆସିଥାଏ । ଜର୍ଜିଆନ କ୍ୟାଲେଣ୍ଡର ଅନୁସାରେ ନଭେମ୍ବର ଓ ଡିସେମ୍ବରରେ କାର୍ତ୍ତିକ ମାସ ଆସିଥାଏ । ସୂର୍ଯ୍ୟ ଯେତେବେଳେ କୃତ୍ତିକା ନକ୍ଷତ୍ରରେ ଥାନ୍ତି, ସେତେବେଳେ କାର୍ତ୍ତିକ ମାସ ଆସିଥାଏ ବୋଲି ହିନ୍ଦୁ ଜ୍ଯୋତିଷ ଶାସ୍ତ୍ରରେ କୁହାଯାଇଛି ।


କାର୍ତ୍ତିକ ମାସ ମଧ୍ୟ ଅନେକ ପାରମ୍ପାରିକ ପର୍ବପର୍ବାଣି ଓ ପରମ୍ପରା ଗୁଡିକୁ ନେଇକି ଆସିଥାଏ ଯଥା – ଦୀପାବଳି, ହବିଷ, ବାଲୁକା ପୂଜା, ପଞ୍ଚୁକ, କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ ଇତ୍ୟାଦି । ମାସର ଶେଷ ପାଞ୍ଚ ଦିନକୁ “ପଞ୍ଚୁକ” ଭାବରେ ପାଳନ କରାଯାଏ, ଯାହାକୁ ମାସର ସବୁଠାରୁ ପବିତ୍ର ଦିନ ଭାବରେ ବିଚାର କରାଯାଏ । ଅଧିକାଂଶ ଓଡିଆ ପରିବାରରେ ଆଧ୍ୟାତ୍ମିକ ଶାନ୍ତି ପ୍ରାପ୍ତି ପାଇଁ ଏହାକୁ ଆନ୍ତରିକ ଭକ୍ତି ଭାବ ସହିତ ପାଳନ କରିଥାନ୍ତି। ସେମାନେ ଆମିଷ ଖାଦ୍ୟ, ଏପରିକି ପିଆଜ ଓ ରସୁଣ ଖାଦ୍ୟ

ମଧ୍ୟ ଗ୍ରହଣ କରନ୍ତି ନାହିଁ । ବହୁତ ଭକ୍ତ ହବିଷ ପାଳନ କରନ୍ତି ଯେଉଁଥିପାଇଁ ସେମାନଙ୍କୁ କଠୋର ନିୟମ ସବୁ ମାନିବା

ପାଇଁ ପଡିଥାଏ ।


“ହବିଷ” କୁକାର୍ତ୍ତିକ ମାସର ସବୁଠାରୁ ପବିତ୍ର ପରମ୍ପରା ଭାବରେ ଗ୍ରହଣ କରାଯାଏ । ଯେଉଁ ଭକ୍ତ ମାନେ ହବିଷ ପାଳନ କରନ୍ତି, ସେମାନଙ୍କୁ “ହବିଷିଆଳି” କୁହାଯାଏ।ପରମ୍ପରା ଅନୁସାରେ, ହବିଷିଆଳି ମାନେଖାଦ୍ୟଦିନକୁଥରେମାତ୍ରସୂର୍ଯ୍ୟାସ୍ତପୂର୍ବରୁଗ୍ରହଣକରିଥାନ୍ତି । ଖାଦ୍ୟ ପାଇଁ ସେମାନେ ଶ୍ରୀଜଗନ୍ନାଥ ମନ୍ଦିରର ମହାପ୍ରସାଦ ଉପରେ ନିର୍ଭର କରନ୍ତି ନଚେତ ନିଜେ ହବିଷ ପାଇଁ ରୋଷେଇ କରି ଖାଆନ୍ତି l ହବିଷ ଖାଦ୍ୟ ପାଇଁ କେତେକ ପନିପରିବା ସେମାନେ ବ୍ୟବହାର କରନ୍ତିନାହିଁ, ଯଥା – ବାଇଗଣ, ଫୁଲକୋବି, ବନ୍ଧା କୋବି, ଟମାଟୋ, କଲରା ଇତ୍ୟାଦି। ହବିଷର ଆଉଗୋଟିଏ ବଡକଥାହେଲା “ବାଲୁକାପୂଜା” ।ଏଥିପାଇଁ ହବିଷିଆଳି ମାନେ ତୁଳସୀ ଗଛ ନିକଟରେ ଏକାଠି ହୋଇ ଦେବାଧିଦେବ ଶିବଙ୍କୁ ପୂଜାକରନ୍ତି ।ଏଥିସହିତ ଭଗବାନ କୃଷ୍ଣଙ୍କ ଫୋଟୋ ମଧ୍ୟ ଗଛ ତଳେ ରଖି ତାଙ୍କୁ

“ ରାଇଦାମୋଦର “ ରୂପରେ ପୂଜାକରନ୍ତି ।


୨୦୧୯ ରେ କାର୍ତ୍ତିକ ମାସ କିଭଳି ଥିଲା ?


ହବିଷିଆଳି ମାନେ ପୁରୁଣା ଭୁବନେଶ୍ଵରରେ ଥିବା ଡାଲମିଆ ଧର୍ମଶାଳା ନିକଟରେ ମାସ ବ୍ୟାପୀ ହବିଷ ପାଳନ ପାଇଁ ଏକାଠି ହୋଇଥିଲେ ।



ଏହି ଚିତ୍ର ଗୁଡିକ ହେଉଛି ସେହି ବାର୍ଷିକ ଘଟଣାର ପ୍ରତ୍ୟକ୍ଷ ଉଦାହରଣ।


ଭଗବାନଙ୍କ ଆରାଧନାରେ ସମ୍ପୂର୍ଣ୍ଣ ରୂପେ ବିଭୋର, ସମାଜର ମୁଖ୍ୟ ଧାଡି ଠାରୁ ଅଲଗା | କାର୍ତ୍ତିକ ମାସ ହେଉଛି ବର୍ଷର ସେହି ସମୟ ଯେତେବେଳେ ସେମାନେ ଶାନ୍ତି ପାଆନ୍ତି ସମ୍ଭାବନା ଥିବା ଲୋକଙ୍କ ମଧ୍ୟରେ, ଗୋଟିଏ ଲକ୍ଷ ପ୍ରାପ୍ତି ପାଇଁ l


ଭକ୍ତି ଓ ଏକତ୍ର ଭାବନାକୁ ଏକାଠି ଗଣନା କରାଯାଏ ବିଶେଷ କରି ଭଗବାନଙ୍କର ଆରାଧନା ସମୟରେ | ସମବେତ ହୁଳୁହୁଳି ପକାଇ ଓ ଭଗବାନଙ୍କ ମନ୍ତ୍ର ଉଚ୍ଚାରଣ କରି ହବିଷିଆଳି ମାନେ, ନିଜ ନିଜ ମଧ୍ୟରେ ରହି ଆନନ୍ଦର ଉତ୍ସ ପାଇଥାନ୍ତି ।


ପୁରୀ ଓ ଆରାଧ୍ୟ ଦେବତା ଜଗନ୍ନାଥ ଓଡିଆ ସଂସ୍କୃତି ଓ ପରମ୍ପରାର ଅବିଚ୍ଛେଦ ଅଙ୍ଗ । ଭଗବାନଙ୍କ ପାଇଁ ଥିବା ଭକ୍ତି ଓ ଆବେଗ ପ୍ରକାଶ ପାଏ ଏହି ସୁକ୍ଷ୍ମ ପ୍ରତିଛବିରେ l


ଅନେକ ଲାଭ ମିଳିଥାଏ ଏପରି ଏକାଠି ବସି ଭଗବାନଙ୍କର ଆରାଧନାରେ ସମୟ ଅତିବାହିତ କରିବାରୁ | କାର୍ତ୍ତିକ ମାସ ନିଜର ପବିତ୍ରତା ଲାଭ କରେ, ହବିଷିଆଳି ମାନଙ୍କର ଏକତ୍ରିତ ଭକ୍ତିର ଆବେଗ ଠାରୁ ।


ସେମାନଙ୍କ ହୃଦୟର ଗୋଟିଏ ଅଂଶକୁ ଭଗବାନଙ୍କ ଅର୍ଘ୍ୟ ରୂପେ ବିବେଚନା କରି, ଏହି ନୈବେଦ୍ୟ ପ୍ରଭୁଙ୍କ ନିକଟରେ ଅର୍ପଣ କରିବା ପବିତ୍ର କାର୍ତ୍ତିକ ମାସର ଗୋଟିଏ ମୂଳ ଅଂଶ । ହବିଷିଆଳି ମାନେ ମାସ ଶେଷ ପର୍ଯ୍ୟନ୍ତ ଏହି ଫଳ ମୂଳ ଓ ଠାକୁରଙ୍କ ପାଇଁ ଲାଗି ହୋଇଥିବା ଭୋଗ ଉପରେ ନିର୍ଭର କରି ବଞ୍ଚନ୍ତି l


ପ୍ରକୃତିର ତାଳେ ତାଳେ, ସ୍ଵାର୍ଥପରତା କିଛି ନୁହେଁ। ପାରାମାନେ ଆସି ଆରାଧ୍ୟ ଦେବତାଙ୍କୁ ଅର୍ଘ୍ୟ ଦେବା ପାଇଁ ପ୍ରସ୍ତୁତ ହେଲା ବେଳେ ପଡିଥିବା ଖାଦ୍ୟ ଶସ୍ୟକୁ ଆନନ୍ଦରେ ଉପଭୋଗ କରନ୍ତି । ପ୍ରତିବର୍ଷ ଏହି ଦୃଶ୍ୟ ଦେଖିବାକୁ ମିଳେ l


ମାସ ସାରା ଏହି ପବିତ୍ର ମନ୍ତ୍ର ଉଚ୍ଚାରଣ ଚାଲିଥାଏ, ପୂର୍ଣ୍ଣିମା ପର୍ଯ୍ୟନ୍ତ । ଧର୍ମଶାଳା ଗୁଡିକ ଭାବ ବିହ୍ଵଳ ଭକ୍ତିରେ ପ୍ରତିଫଳିତ ହୁଏ ଦେବତ୍ଵର ଆଗମନରେ l ଏକ ଅପୂର୍ବ ମୁହୂର୍ତ୍ତ ସେହି ସର୍ବବ୍ୟାପୀଙ୍କ ସହ | ଏକ ହବିଷିଆଳି ଜପି ଚାଲେ ତାର ଭଜନର ମାଳା,ଏକ ଲୟ,ଏକ ମନୋଭାବରେ ଯେତେବେଳେ ପରିବେଶ ଭରିଯାଏ ସେହି ଅଲୌକିକ ପବିତ୍ରତାରେ |


କୋଭିଡ଼-୧୯ ର ପ୍ରଭାବ

କାର୍ତ୍ତିକ ମାସ ପାଳନ ସମୟରେ ଓ ମାସ ଶେଷ ପଞ୍ଚୁକ ତଥା କାର୍ତ୍ତିକ ପୂର୍ଣ୍ଣିମା ପାଳନ ସମୟରେ କୋଭିଡ-୧୯ ର ପ୍ରଭାବ ଅନୁଭବ ହୋଇଥିଲା | ପୋଖରୀ, ନଦୀ ନାଳ ଇତ୍ୟାଦି ନିକଟରେ ଏକତ୍ରିତ ହେବା ବାରଣ ଥିବା ସହିତ ଏକତ୍ର ପୂଜା ଅର୍ଚ୍ଚନା କରିବା ବିନା କାର୍ତ୍ତିକ ମାସ ଶେଷ ହୋଇଥିଲା । ପୁରୀର ଧର୍ମଶାଳା ଗୁଡିକ ଯାହାକି ହବିଷିୟାଳିମାନଙ୍କ ଦୈନିକ ପୂଜା ଅର୍ଚ୍ଚନା ପରମ୍ପରା ଓ ଆରାଧ୍ୟ ଦେବତାଙ୍କ ଭକ୍ତି ଆବେଗରେ ପ୍ରକମ୍ପିତ ହୁଏ, ସେଗୁଡିକ ଶୁନଶାନ, ପରିତ୍ୟକ୍ତ ରୂପ ନେଇଥିଲା । ପୁରୀ ଜିଲ୍ଲା ପ୍ରଶାସନ କୋଭିଡ-୧୯ ର ଦ୍ଵିତୀୟ ପ୍ରବାହ ଦୃଷ୍ଟିରୁ ଜନସମାଗମ ଉପରେ କଟକଣା ଲଗାଇ ଥିଲା ।


ଧର୍ମଶାଳା ଗୁଡିକର ବାରଣ୍ଡା, ଭୂତାଣୁର ପ୍ରକୋପର ମୁକସାକ୍ଷୀ, ଯାହାକି ବାର୍ଷିକ ପର୍ବର ଆୟୋଜନ କରାଇ ଦେଇନଥିଲା |


ଏହି ଧର୍ମଶାଳାର ବାରଣ୍ଡା ଜନଶୂନ୍ୟ ଅବସ୍ଥାକୁ ପ୍ରତିଫଳିତ କରୁଅଛି l


ଗୋଟିଏ ଜାଗା ଯାହାକି ହବିଷିଆଳି ମାନଙ୍କ ପୂଜା ଅର୍ଚ୍ଚନାରେ ଗୁଞ୍ଜରଣ ହେଉଥାଏ, ତାହା ଆଜି ଜନଶୂନ୍ୟ ହୋଇଅଛି l

ଧର୍ମଶାଳାର ସୁନ୍ଦର କାରୁକାର୍ଯ୍ୟ ଓ ସ୍ଥାପତ୍ୟ ଯାହାକି ଭକ୍ତମାନଙ୍କୁ ପ୍ରଦର୍ଶିତ କରିଥାଏ, ତାହା ଏହି ବର୍ଷ ଭିନ୍ନ ।

ଧର୍ମ ସ୍ଥ।ନଗୁଡିକ ବନ୍ଦ ରହିବା ହବିଷିଆଳି ମାନଙ୍କ ଅନୁପସ୍ଥିତିର ମୁଖ୍ୟ କାରଣ ସାଜିଛି ଏବଂ ତାହା ଆଗକୁ ମଧ୍ୟ ସେହିପରି ରହିବ ବୋଲି ଅନୁମାନ କରାଯାଉଛି ।

36 views0 comments

Comments


QLS Logo-01.png

At QLS, we understand the processes that influence how settlements are shaped and our team can advise on all facets of the strategic planning and policy formulation, including feasibilities, visioning, procuring consultant teams, program management and marketing.

© 2021 Quantum Leap Studio

‎+91 674 230 0736
info@quantumleapstudio.com

736/737, Esplanade One, Bhubaneswar, Odisha - 751010

bottom of page