top of page
Search

କୋଭିଡ-୧୯ ର ପ୍ରଭାବ: ନୂତନ ସ୍ୱଭାବିକ ଓଡ଼ିଶାର ରାସ୍ତା ପାର୍ଶ୍ଵ ବ୍ୟବସାୟୀ ମାନଙ୍କ ପାଇଁ କ'ଣ ?

Writer's picture: Biplab TaraiBiplab Tarai

ଏସପ୍ଲାନେଡ୍ ସମ୍ମୁଖରେ ଥିବା ଅଞ୍ଚଳ ସାମାନ୍ୟ ନିରୋଳା ଲାଗୁଅଛି | ଯେତେବେଳେ ମଲ୍ ବନ୍ଦ ହୋଇଯାଉଛି ରାତି ୮ ଟା ବେଳେ, ସେତେବେଳେ ଭୁବନେଶ୍ୱର ମହାନଗର ନିଗମ ନିର୍ଦ୍ଦେଶାବଳୀ ଅନୁଯାୟୀ ଆଲୋକ ଲିଭି ଯାଏ ଏବଂ ଆଲୋକମୟ ମଲ୍ ର ସମ୍ମୁଖରେ ଥିବା ରାସ୍ତା ଯେଉଁଟା କି ଦିନେ କାରଗୁଡିକ ରାତି ୧୧ ଟା ପର୍ଯ୍ୟନ୍ତ ଫାଟକ ଦେଇ ପ୍ରବେଶ କରୁଥିଲେ ଓ ବାହାରକୁ ଯାଉଥିଲା, ଅଟୋ ରିକ୍ସା ବାଲାମାନେ ଯାତ୍ରୀମାନଙ୍କ ପାଇଁ ଆବେଗର ସହିତ ଅପେକ୍ଷା କରୁଥିଲେ ଓ ଉଚ୍ଚ ସ୍ୱରରେ "କଳ୍ପନା", "କଳ୍ପନା" ଡ଼ାକୁଥାନ୍ତି, କିମ୍ବା ଗୁପ୍ଚୁପ ଦୋକାନ ଗରାଖ ମାନଙ୍କୁ ଗୁପ୍ଚୁପ ଦେଉଥାନ୍ତି, ଯେଉଁମାନଙ୍କ ପାଇଁ ମଲ୍ ର ଖାଦ୍ୟ ଦୋକାନରେ ଥିବା ଖାଦ୍ୟ ଠାରୁ ଅଧିକ ପ୍ରିୟ ଖାଦ୍ୟ ଥାଏ, ଆଜି ସେହି ରାସ୍ତାରେ ଆଉ ସେ ସବୁ ଦୃଶ୍ୟ ଦେଖିବାକୁ ମିଳୁନାହିଁ |


ବିଗତ ୬ ମାସ ସବୁକିଛି ବଦଳାଇ ଦେଇଛି | ସମଗ୍ର ପୃଥିବୀର ରାସ୍ତା ପାର୍ଶ୍ଵ ବ୍ୟବସାୟୀଙ୍କ ଜୀବିକାକୁ ସଙ୍କଟାପନ୍ନ କରିଦେଇଛି | ଓଡ଼ିଶାର ଅନଲକ୍ ରଣ କୌଶଳ ଲୋକମାନଙ୍କୁ ତାଙ୍କ ଘରୁ ବାହାରକୁ ଆସି ବୁଲିବା ପାଇଁ ସକ୍ଷମ କରିପାରିଛି ଓ ମାସାଧିକ କାଳ ତାଲାବନ୍ଦ ପରେ ଲୋକମାନେ ତାଙ୍କର ପ୍ରିୟ ରାସ୍ତା ପାର୍ଶ୍ଵ ଖାଦ୍ୟ ଖାଇବା ଦେଖାଯାଉଛି | କିନ୍ତୁ ଆଜିର ଅବସ୍ଥା, ଯାହା ପୂର୍ବରୁ ଥିଲା, ତାହା ଠାରୁ ବହୁତ ଦୂରରେ - ଅନେକ ଗୁଡିଏ ଖଟି ଦଳ ଦୃଷ୍ଟିଗୋଚର ହେଉନାହିଁ, ଲୋକମାନେ ଏକାଠି ହେଉନାହାନ୍ତି କିମ୍ବା ଭୂତାଣୁକୁ ଭୟ ନ କରିବା ପାଇଁ କୁହାଯାଉନାହିଁ |


ଲୋକମାନେ ବର୍ତ୍ତମାନ ଗୁପ୍ଚୁପ ଖାଇବାକୁ କୁଣ୍ଠାବୋଧ କରୁଛନ୍ତି | ତାଲାବନ୍ଦର ଠିକ୍ ପରବର୍ତ୍ତୀ ସମୟ ଅତ୍ୟନ୍ତ କଷ୍ଟ ଦାୟକ ଥିଲା, କାରଣ ବ୍ୟବସାୟ ଆଦୌ ହେଉନଥାଏ | ତାଲାବନ୍ଦ କୋହଳ ହେଲାପରେ ଲୋକମାନେ ବାହାରକୁ ବେଶୀ ବୁଲିବା ଆରମ୍ଭ କରିଲେ | ସାମୟିକ ଭ୍ରମଣ ( ଚାଲି ଚାଲି ଗଲାବେଳେ ) ସମୟରେ ସହରର ସବୁଠାରୁ ବ୍ୟସ୍ତ ବଜାରରେ ଦେଖିବେ ଖାଦ୍ୟ ଦୋକାନ ସବୁ ପୁନର୍ବାର ବ୍ୟବସାୟ ଆରମ୍ଭ କରି ଦେଇଛନ୍ତି | କିନ୍ତୁ କେବଳ ସନ୍ଧ୍ୟା ସମୟ ପର୍ଯ୍ୟନ୍ତ | ପୋଲିସ ପେଟ୍ରୋଲିଂ ଭ୍ୟାନ୍ ର ଶବ୍ଦ ଶୁଣିବା ପାଇଁ କାନ ଡେରିକି ରହିଥାଏ, କାରଣ ଶୀଘ୍ର ସେମାନେ ଦୋକାନ ବନ୍ଦ କରିବା ପାଇଁ ତାଗିଦ୍ କରନ୍ତି | ବ୍ୟବସାୟୀମାନେ ରାତି ୮ ଟା କିମ୍ବା ୮.୩୦ ରେ ଦୋକାନ ବନ୍ଦ କରନ୍ତି କାରଣ ସେମାନେ ମଧ୍ୟ ରାତି ୯ ଟା କର୍ଫ୍ୟୁ ପୂର୍ବରୁ ଘରେ ପହଞ୍ଚିବା ଆବଶ୍ୟକ | ସେମାନେ ତାହା କରିବା ପାଇଁ ଚାହାନ୍ତି ନାହିଁ, ଏହା ବ୍ୟବସାୟୀ ପାଇଁ ଭଲ ନୁହେଁ, କିନ୍ତୁ ଆଉ କିଛି ବିକଳ୍ପ ନାହିଁ |



ସହରର ସବୁଠାରୁ ବ୍ୟସ୍ତ ବହୁଳ ରାସ୍ତା- ନାଲକୋ ଛକ ଠାରୁ କିଟସ୍ ଛକ - ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ସମୟରେ ଜନଶୂନ୍ୟ ହୋଇଯାଇଥିଲା l ମନୋଜ ଜଣେ ଆଇସକ୍ରିମ ବିକ୍ରେତା | ଘରକୁ ଯିବା ପାଇଁ ଶେଷ ଟ୍ରେନ ଟିଏ ମଧ୍ୟ ଧରିପାରି ନଥିଲେ l ଯେତେବେଳେ ତାଲାବନ୍ଦ ଘୋଷଣା କରାଯାଇଥିଲା ସେତେବେଳେ ସେ ଗୋଟିଏ ଆଇସକ୍ରିମ ଫାକ୍ଟ୍ରି ରେ କାମ କରିବା ପାଇଁ ଭୁବନେଶ୍ୱର ଆସିଥିଲେ l ସମସ୍ତ ଚେଷ୍ଟା ସତ୍ତ୍ୱେ କୌଣସି କଳ କାରଖାନାରେ ଚାକିରୀ ଖଣ୍ଡିଏ , ଏପରିକି ତାଲାବନ୍ଦ ପରେ ମଧ୍ୟ ପାଇଲେ ନାହିଁ l ମତେ ଘର ଭଡା ଦେବାକୁ ପଡିଲା,”ମୁଁ କୌଣସି ସାହାଯ୍ୟ ପାଇବା ପର୍ଯ୍ୟନ୍ତ ଅପେକ୍ଷା କଲି ନାହିଁ” l ତେଣୁ ସେ ଗୋଟିଏ ଆଇସକ୍ରିମ ଠେଲା ଗାଡି ର ଦାୟିତ୍ୱ ନେଲେ l ଯଦିଓ ଦିନକୁ ଖାଇବାପାଇଁ ଯେତିକି ଆବଶ୍ୟକ, ସେତିକି ସେ ଅର୍ଜନ କରିପାରୁଛନ୍ତି l ବିକ୍ରି ରେ ସାମାନ୍ୟ ଉନ୍ନତି ସାମ୍ପ୍ରତିକ ସମୟ ରେ ତାଙ୍କୁ ଆଶାବାଦି କରିପାରିଛି ,ସେ ଯାହା ହେଉ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ତାଙ୍କ ନିଯୁକ୍ତିଦାତାଙ୍କ ଠାରୁ ସେ କିଛି ସୂଚନା ପାଇ ପାରିନାହାନ୍ତି l




ନିକଟରେ ଭୁବନେଶ୍ୱର ମହାନଗର ନିଗମ ରାସ୍ତା ପାର୍ଶ୍ଵ ବିକ୍ରେତା ମାନଙ୍କୁ ବ୍ୟବସାୟ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଥିଲେ l କିନ୍ତୁ କେବଳ ପ୍ରସ୍ତୁତ ଖାଦ୍ୟ ନେବାପାଇଁ , ସେ ସଂକ୍ରାନ୍ତୀୟ ଏକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଥିଲା l କିନ୍ତୁ,ମୁଖ୍ୟ ଗ୍ରାହକ - କଲେଜ ଓ ବିଶ୍ୱବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ବିନା ବ୍ୟବସାୟ ଆଶାତୀତ ଭାବେ କମ l ତାହା ସହିତ, ଅନିଶ୍ଚତତା ଓ ଭୂତାଣୁ ର ଭୟ ଯେତେବେଳେ ଖୋର୍ଦ୍ଧl ପୁନର୍ବାର ହଟସ୍ପଟ ହୋଇଯାଇଛି ,ଚଳନଶୀଳ ଦୋକାନ ଓ ଠେଲା ଗାଡି ତାଙ୍କର ସାଧାରଣ ବ୍ୟବସାୟ ସ୍ଥାନ ପରିବର୍ତ୍ତନ କରିଦେଇଛନ୍ତି l ସେମାନେ ମଲ ଓ ଅଫିସ ପଛରେ ଥିବା ସଂକୀର୍ଣ୍ଣ ଗଳି ରେ ଦୋକାନ ଠେଲା ଗାଡି ରଖି ବ୍ୟବସାୟ କରିବା ପାଇଁ ପସନ୍ଦ କରୁଛନ୍ତି, କେବଳ ଅଫିସ କୁ ଯିବା ଲୋକମାନେ ବର୍ତ୍ତମାନ ଦୃଶ୍ୟ ହେଉଥିବା ମୁଖ୍ୟ ଗ୍ରାହକ | ଅନଲାଇନ ସେବା ହିଁ କେବଳ ସାମ୍ଭାବ୍ୟ ସମାଧାନ l




ଆହୁରି ମଧ୍ୟ ଗଣମାଧ୍ୟମ ରେ ପ୍ରସାରିତ ହେଲା ଯେ, ଖାଦ୍ୟ ଦ୍ୱାରା ବିଶେଷ କରି ଆମିଷ ଖାଦ୍ୟ ଦ୍ୱାରା ଭୂତାଣୁ ର ସଂକ୍ରମଣ ବ୍ୟାପୁଅଛି l ଓଡିଶା ସରକାର ଓ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ବାରମ୍ବାର ସ୍ପଷ୍ଟ କରିବା ସତ୍ତ୍ୱେ ଲୋକମାନେ କୁକୁଡ଼ା କିଣିବା ବନ୍ଦ କରିଦେଲେ l ଏପରିକି, ବ୍ରଏଲର ଦୋକାନୀ ଓଡିଶା ର ବିଭିନ୍ନ ସ୍ଥାନ ରେ କୁକୁଡ଼ା କିଲୋ ପ୍ରତି ୧୦ଟଙ୍କା / ୨୦ଟଙ୍କା ରେ ବିକ୍ରି କରିବାକୁ ବାଧ୍ୟ ହେଲେ ଲୋକମାନେ କେବଳ ପନିପରିବା, ଅଣ୍ଡା ଓ ତେଜରାତି ଜିନିଷ କିଣୁଥିଲେ l ତେଣୁ, ବହୁତ ରାସ୍ତା କଡ ଖାଦ୍ୟ ବ୍ୟବସାୟୀ ଫାଷ୍ଟଫୁଡ ବଦଳରେ ପନିପରିବା ଓ ଅଣ୍ଡା ବିକ୍ରି ପାଇଁ ନିଷ୍ପତି ନେଲେ l ବ୍ୟବସାୟ ସମ୍ଭାଳିବା ପାଇଁ ସେମାନଙ୍କ ମଧ୍ୟ ରୁ କେତେଜଣ ସ୍ଥାନୀୟ ବିତରଣ ସେବା ଗୋପନୀୟ ଭାବେ ଆରମ୍ଭ କଲେ କାରଣ କେବଳ ଅଳ୍ପ କେତେକ ଖୁଚୁରା ଦୋକାନ ଓ ଛୋଟ ଦୋକାନ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଲୋକଙ୍କ ଘରେ ବିତରଣ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା l


ମାର୍ଚ୍ଚ ମାସ ରେ ରାଜ୍ୟ ସରକାର ସାରା ରାଜ୍ୟ ରେ ଥିବା ୧୪ ଟି ସ୍ଥାନୀୟ ପୌରପାଳିକା ଅଧୀନରେ ଥିବା ୬୫,୦୦୦ ପଂଜିକୃତ ରାସ୍ତାକଡ ଛୋଟ ବ୍ୟବସାୟୀ ମାନଙ୍କ ପାଇଁ ୩୦୦ଟଙ୍କା ର ଆର୍ଥିକ ସହାୟତା ଘୋଷଣା କରିଥିଲେ l ସେ ଯାହାହେଉ, ସବୁ ରାସ୍ତା କଡ ବ୍ୟବସାୟୀ ସହାୟତା ରାଶି ପାଇନଥିଲେ l ଜୁନ ମାସ ରେ ଦହିବରା, ଆଳୁଦମ , ଗୁପ୍ଚୁପ ସଂଘ ତାଙ୍କର ଅଭିଯୋଗ ସଂମ୍ବଳିତ ଏକ ପତ୍ର ଭୁବନେଶ୍ୱର ମହାନଗର ନିଗମ ନିକଟକୁ ପ୍ରେରଣ କରିଥିଲେ ଓ ସେମାନଙ୍କୁ ରାସ୍ତାକଡ ବ୍ୟବସାୟୀ ଆଇନ – ୨୦୧୪ ଅଧୀନରେ ପଞ୍ଜିକୃତ କରିବା ପାଇଁ ଏବଂ ମାସିକ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ | କିନ୍ତୁ ବହୁତ ବ୍ୟବସାୟୀ ପଞ୍ଜିକୃତ ନୁହନ୍ତି, ଯାହାକି ସେମାନଙ୍କୁ ସରକାରୀ ସହାୟତା ପାଇଁ ଆବେଦନ କରିବା ଲାଗି ଅଯୋଗ୍ୟ କରିଦେଇଛି |


୫୦ ବର୍ଷ ବୟସ୍କ ଯୋଗେନ୍ଦ୍ର ଦାସ ସରକାରଙ୍କ ଠାରୁ କିଛି ସାହାଯ୍ୟ ପାଇ ପାରିଥାନ୍ତେ ଯଦି ସେ ସହିଦ ନଗରରେ ତାଙ୍କର ବ୍ୟବସାୟ ଚଲାଇବା ପାଇଁ ଆବଶ୍ୟକ ଅନୁମତି ସକାଶେ ୫୦୦ ଟଙ୍କା ‘ଜୋରିମାନା’ ଦେଇଥିବା ରସିଦ୍ ହଜାଇ ନଥାନ୍ତେ | ପୂର୍ବରୁ ଗୁପ୍ଚୁପ ବିକାଳୀ ବର୍ତ୍ତମାନ ମକା ବିକ୍ରି କରି ବହୁତ କଷ୍ଟରେ ଜୀବିକା ନିର୍ବାହ କରୁଛନ୍ତି | ଏହି ଋତୁକାଳୀନ ବ୍ୟବସାୟ ତାଙ୍କୁ ଗୁପ୍ଚୁପ ବିକ୍ରି କରିବାରେ ଯେଉଁ ଲାଭ ଅର୍ଜନ ହେଉଥିଲା, ତାହା ଦେଇ ପାରୁନାହିଁ | କିନ୍ତୁ ସେ କ'ଣ କରି ପାରିବ ? " ଏହା ମୋର ଦୋଷ ଯେ ମୁଁ ସେହି ରସିଦ୍ ହଜାଇ ଦେଇଥିଲି | ରସିଦ୍ ବିନା ମୁଁ କିପରି କିଛି ଆର୍ଥିକ ସହାୟତା ଦାବୀ କରିପାରିବି ?" ସେ ତାର ମାସ୍କକୁ ଲକ୍ଷ କରି କହିଲେ ଯେ ଯୋଉଁ ପର୍ଯ୍ୟନ୍ତ ଏହି ଜିନିଷ ଆମ ମୁହଁରେ ଥିବ, ସେହି ସମୟ ପର୍ଯ୍ୟନ୍ତ ବ୍ୟବସାୟରେ କିଛି ଉନ୍ନତି ଆସିବ ନାହିଁ | ଲୋକମାନେ ବାହାରକୁ ଯିବାକୁ ଭୟ କରୁଛନ୍ତି "ଆମେ ନିଜେ ସବୁ ଖାଇବୁ" | ତାଲାବନ୍ଦ ସମୟ ସେ ବିତାଇଛି ତାହାର ଯେତିକି ସଞ୍ଚୟ ଥିଲା, ତାକୁ ଚାଉଳ ଓ ଆଳୁ ରେସନ କାର୍ଡ ମାଧ୍ୟମରେ କିଣିବା ପାଇଁ ଖର୍ଚ୍ଚ କରିଛି ଯାହା ଦ୍ୱାରା ତାଙ୍କର ପରିବାର ପାଇଁ ଦିନକୁ ଥରୁଟିଏ ଖାଇବା ଯୋଗାଡ କରିଥିଲା | ମକା ବିକ୍ରି କରିବା ଗୋଟିଏ ଋତୁକାଳୀନ ବ୍ୟବସାୟ l ଶୀତଦିନରେ କଣ ହେବ ? ଠିକ ଅଛି , ମୁଁ ଆଉ କିଛି ସନ୍ଧାନ କରିବି l ମୁଁ କେବଳ ଏକାକୀ ନୁହେଁ ,ସମସ୍ତେ କଷ୍ଟ ପାଉଛନ୍ତି, ଆମେ ସମସ୍ତେ ନିଜକୁ ଖାପ ଖୁଆଇବା ଚେଷ୍ଟା କରୁଛୁ l ସମସ୍ତେ ଶାନ୍ତିରେ ଥାଆନ୍ତୁ l ବାସ୍ !


ସେପ୍ଟେମ୍ବର ମାସ ରେ ଦୋକାନ ସବୁ ଖୋଲିବା ପରେ, କେତେଜଣ ଙ୍କ ପାଇଁ ଠିକ ଭାବେ କାର୍ଯ୍ୟ କରିବା ଜଣା ପଡିଲା | ମକା ବିକାଳୀ, ଅପୁର ସାହୁ,ଏହି ବ୍ୟବସାୟରେ ପ୍ରାୟ ୨୦ ବର୍ଷ ଧରି ଗୋଟିଏ ସ୍ଥାନରେ - ରମାଦେବୀ ବିଶ୍ୱବିଦ୍ୟାଳୟ ବାହାରେ କରିଆସୁଛନ୍ତି l ସେ ସମ୍ପ୍ରତି ଅବସ୍ଥା ରେ ଅଧିକ ଆଶାବାଦୀ l ମିଠାମକା ବିକାଳୀ ଏକ ଗୋଦାମ ରୁ ତାଙ୍କର ମକା ଆଣନ୍ତି ଯିଏକି ଅମଳ ପରେ ବିଦେଶୀ ମକା ଆଣନ୍ତି l କୋଭିଡ ପୂର୍ବ ସମୟରେ ସେ ୩୦୦-୩୫୦ ଟଙ୍କାର ମକା ଦୈନିକ ବିକ୍ରି କରୁଥିଲେ lତାଲାବନ୍ଦ ତାଙ୍କୁ ନିଜର ସଂଚୟ ଉପରେ ନିର୍ଭର କରିବା ପାଇଁ ବାଧ୍ୟ କରିଲା l ସେ ଯାହା ହେଉ, ଦାସ ଭଳି ସେ ନଥିଲେ , ସେ ତାଙ୍କ ରସିଦ କୁ ରଖିଥିଲେ ଓ କିଛି ଆର୍ଥିକ ସହାୟତା ପାଇଥିଲେ l ଲୋକମାନେ ପ୍ରଥମେ ଅନିଛୁକ ଥିଲେ, କିନ୍ତୁ ବ୍ୟବସାୟରେ ବର୍ତ୍ତମାନ ବୃଦ୍ଧି ହେଲାଣି l ମୁଁ ଯେହେତୁ ଏଠାରେ ବହୁତ ଦିନ ଅଛି, ମୋର ଗୋଟିଏ ବହୁତ ମୂଳ ଗ୍ରାହକ ଅଛନ୍ତି l ବିଶ୍ୱବିଦ୍ୟାଳୟ ର ପୁରାତନ ଛାତ୍ର ଓ ଛାତ୍ରୀମାନେ ଏବେ ମଧ୍ୟ ମୋପାଖକୁ ଆସୁଛନ୍ତି l ସାହୁ କହିଛନ୍ତି ,"ଆପଣ ଦେଖିବେ ଗୋଟିଏ ଘଣ୍ଟା ମଧ୍ୟରେ ୩-୪ ଗ୍ରାହକ ଆସନ୍ତି ୫୦ ଟଙ୍କାର ମକା କିଣିବା ପାଇଁ l "ମକା ବିକ୍ରି କରିବା କେତେଜଣଙ୍କ ପାଇଁ ଋତୁ କାଳୀନ ବ୍ୟବସାୟ ହୋଇପାରେ, କିନ୍ତୁ ତାଙ୍କ ପାଇଁ ନୁହେଁ ," ମୁଁ ବର୍ତ୍ତମାନ ୧୫୦ ମକା ବିକ୍ରି କରୁଛିlପୂର୍ବରୁ ଯାହା ବିକ୍ରି କରୁଥିଲି ଏହା ତାହାର ଅଧା ସଦୃଶ । କିନ୍ତୁ ମୁଁ ଆଶାବାଦୀ କାରଣ ମୁଁ ବର୍ଷ ତମାମ ଏଠାରେ ଥାଏ।"




ଏହି ସମସ୍ୟା ଅନେକ ବ୍ୟବସାୟୀ ଙ୍କୁ ସେମାନେ ଯାହା ବିକ୍ରି କରୁଥିଲେ, ତାକୁ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିଥିଲା। ଅନାବଶ୍ୟକ ଦ୍ରବ୍ୟ ଯଥା - ଫାଷ୍ଟ ଫୁଡ୍ ପରିବର୍ତ୍ତେ ପନିପରିବା ଓ ଫଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ । ଏହି ପରିବର୍ତ୍ତନ ପାଇଁ ସେମାନଙ୍କୁ ଅଧିକ ସୁଧରେ ଋଣ ନେବାକୁ ପଡ଼ିଥିଲା। ବର୍ତ୍ତମାନ ଏହି ବ୍ୟବସାୟୀ ମାନେ ସ୍ପଷ୍ଟ ଭାବରେ ପ୍ରତ୍ୟକ୍ଷ ଆୟ ସୁବିଧା ପାଇବା ଆବଶ୍ୟକ, ଯାହାକି ସେମାନଙ୍କୁ ଯେଉଁ ଋଣ ସେମାନେ ବ୍ୟବସାୟ ପୁନଃ ଆରମ୍ଭ କରିବା ପାଇଁ ନେଇଥିଲେ, ତାଙ୍କୁ ପରିଶୋଧ କରିବା ପାଇଁ ସାହାଯ୍ୟ କରିବ । ଜୀବିକା ଅର୍ଜନ ବିଷୟରେ, ଅନେକ ‌କଟକଣା ସହିତ କଷ୍ଟକର ହୋଇଯାଇଥିଲା। ଯେତେବେଳେ ତାଲାବନ୍ଦ ଘୋଷଣା କରାଯାଇଥିଲା ସେତେବେଳେ ସେହି ସମସ୍ୟାର ସମ୍ମୁଖୀନ ହେବାପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ବହୁତ କମ୍ ସମୟ ଥିଲା। ଯେତେବେଳେ ବ୍ୟବସାୟୀ ସଂଘଗୁଡିକ ତାଙ୍କର ଅଧିକାର ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି, ଏବଂ କିପରି ସମସ୍ୟା କୁ ସଫଳତା ର ସହିତ ସମ୍ମୁଖୀନ କରି ବଞ୍ଚି ରହିବା ର ସ୍ଥାନ ଖୋଜିବା ର ପ୍ରୟାସ କରୁଛନ୍ତି, ସେତେବେଳେ ଆବଶ୍ୟକୀୟ ସମ୍ବଳ ର ବ୍ୟବସ୍ଥା କରାଇବା ଓ ବିନା ଭୟରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରି ବ୍ୟବସାୟ ଚଳାଇବା ଆବଶ୍ୟକ। ସେହି ପ୍ରକାର ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟ ରଖି ଯାହା ଦ୍ଵାରା ସେମାନଙ୍କୁ ତୁରନ୍ତ ପୁନର୍ବାର ଅବସ୍ଥାପିତ କରିବାରେ ସାହାଯ୍ୟ କରିବ । ସେଥିପାଇଁ ନିମ୍ନ ଲିଖିତ ବିଷୟ ବିଚାର କରିବା ଆବଶ୍ୟକ :


ଅନାବଶ୍ୟକଦ୍ରବ୍ୟବିକ୍ରିକରୁଥିବାବ୍ୟବସାୟୀଙ୍କଜୀବିକାଅର୍ଜନକାର୍ଯ୍ୟକ୍ରମରେସାମିଲବାଅନ୍ତର୍ଭୁକ୍ତକରାଇବା  – ଅନଲକ୍ ବା ତାଲାବନ୍ଦ କୋହଳ ହେବା ସମୟରେ ବଜାର ପୁନର୍ବାର ଖୋଲା ହେବା ବ୍ୟବସାୟକୁ ପୁନଋଦ୍ଧାର କରିବାର ସାହାଯ୍ୟ କରେ | କିନ୍ତୁ, ସର୍ବଦା ପରିବର୍ତ୍ତନଶୀଳ ସମସ୍ୟାର ଅବସ୍ଥା ଏବଂ ପରବର୍ତ୍ତୀ ତାଲାବନ୍ଦ ପରିସ୍ଥିତି ସେମାନଙ୍କୁ ବହୁତ ପଛକୁ ନେଇଯାଇଛି | ଯେତେବେଳେ ସେମାନେ ପୁନର୍ବାର ବାଧ୍ୟ ହୁଅନ୍ତି ସେମାନଙ୍କର ସମସ୍ତ ସଞ୍ଚୟ ସମାପ୍ତ କରିଦେବା ପାଇଁ କିମ୍ବା ବଞ୍ଚି ରହିବା ପାଇଁ ଅଧିକ ଋଣ ଗ୍ରହଣ କରିବାକୁ + ବ୍ୟବସାୟୀମାନଙ୍କୁ ପୁନର୍ବାର ରାସ୍ତା କଡରେ ବ୍ୟବସାୟ କରିବା ପାଇଁ ଅନୁମତି ପ୍ରଦାନ ସେମାନଙ୍କ ପାଇଁ ବହୁତ କଲ୍ୟାଣକାରୀ ଭାବେ ସାବ୍ୟସ୍ତ ହୋଇପାରିଛି | କିନ୍ତୁ ସେମାନଙ୍କୁ ଅତ୍ୟାବଶ୍ୟକ ଦ୍ରବ୍ୟ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କ ପାଇଁ ଜୀବିକା ଅର୍ଜନ ପନ୍ଥାକୁ ଶକ୍ତିଶାଳୀ କରିବା ପାଇଁ ଯେଉଁ କାର୍ଯ୍ୟକ୍ରମ କରାଯାଉଛି ସେଥିରେ ସାମିଲ କରିବା ଆବଶ୍ୟକ |


ଛୋଟବ୍ୟବସାୟୀଙ୍କପାଇଁବ୍ୟବସାୟଅଞ୍ଚଳନିର୍ଦ୍ଧିଷ୍ଟକରିବା – ସାମାଜିକ ଦୂରତା ଓ ସ୍ଵାସ୍ଥ୍ୟ ରକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ପାଇଁ ରାସ୍ତା ପାର୍ଶ୍ଵ ଖାଦ୍ୟ ବିକ୍ରି ପାଇଁ ନିର୍ଦ୍ଧିଷ୍ଟ ବ୍ୟବସାୟ ଅଞ୍ଚଳ ଘୋଷଣା କରିବା ଦୁଇଟି ଉଦ୍ଦେଶ୍ୟ ସାଧନ କରେ । ଅନେକ ରାସ୍ତା ପାର୍ଶ୍ଵ ଖାଦ୍ୟ ଦୋକାନ ମଲ୍ ଓ ବ୍ୟବସାୟ କେନ୍ଦ୍ର ବାହାରେ ଅତ୍ୟନ୍ତ ବ୍ୟବସ୍ଥିତ ଭାବେ ବ୍ୟବସାୟ କରିଥାନ୍ତି । ଅତି ସୁସଂଗଠିତ ବା ଯୋଜନାବଦ୍ଧ ଭାବରେ ଛୋଟ ବ୍ୟବସାୟୀ ଯଥା - ଗୁପଚୁପ୍, ଚାଟ୍, ମକା, ସାଣ୍ଡଓ୍ବିଚ୍, ଇତ୍ୟାଦି ପାଇଁ ବ୍ୟବସାୟ ଅଞ୍ଚଳ ଯୋଗାଇ ଦେବା ଭୟ ହ୍ରାସ କରାଇବା ସହିତ ବ୍ୟବସାୟ ବୃଦ୍ଧି ମଧ୍ୟ ହୋଇପାରିବ । ମହାମାରୀ ଦୃଷ୍ଟିରୁ ସ୍ଵାସ୍ଥ୍ୟ ରକ୍ଷା ସୁବିଧା, (ପ୍ରବାହିତ ବା ପ୍ରବହାମାନ ଜଳ ନିଷ୍କାସନ, ଧୋଇବା କେନ୍ଦ୍ର ଓ ଢାଙ୍କୁଣି ଥିବା ଆବର୍ଜନା ପାତ୍ର) ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନର ବ୍ୟବସ୍ଥା କରାଯାଇପାରିବ ।


ସହାୟତା ପାଇବା ପାଇଁ ପଞ୍ଜିକରଣ ଆବଶ୍ୟକତାକୁ ବିରାମ ଦେବା – ପଞ୍ଜିକୃତ ବ୍ୟବସାୟୀ ବିଶାଳ ରାସ୍ତା ପାର୍ଶ୍ଵ ବ୍ୟବସାୟୀମାନଙ୍କ ଏକ କ୍ଷୁଦ୍ର ଅଂଶରେ ସୀମିତ । ଅଧିକାଂଶରେ ସାମ୍ୟକ ଧାରଣା ନଥିବ ଯେ କିପରି ଓ କେଉଁଠାରେ ପଞ୍ଜିକରଣ କରିବା ଉଚିତ୍ । ପ୍ରକୃତ କ୍ଷେତ୍ରରେ କୌଣସି ଠାରେ ବ୍ୟବସାୟୀମାନଙ୍କୁ ଚିହ୍ନଟ କରିବା ଓ ପଞ୍ଜିକରଣ କରିବା ବ୍ୟବସ୍ଥା ନାହିଁ । ବର୍ତ୍ତମାନ ପାଇଁ ଯେଉଁ ପର୍ଯ୍ୟନ୍ତ ଅବସ୍ଥାରେ ଉନ୍ନତି ଆସି ନାହିଁ, ସେ ପର୍ଯ୍ୟନ୍ତ ସହାୟତା ପ୍ରଦାନ ପାଇଁ କଠୋର ପଞ୍ଜିକରଣ ବ୍ୟବସ୍ଥାକୁ ବିରାମ ଦେଲେ ସରକାରୀ ସହାୟତା ଅଧିକ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିବ ଓ ଅଧିକ ବ୍ୟବସାୟୀଙ୍କୁ ଉପକୃତ କରିପାରିବ। ଆହୁରି ମଧ୍ୟ, ସରକାର ଉଦ୍ଦୀପକ ସହାୟତା ବା ଜଟିଳ ପଞ୍ଜିକରଣ ପ୍ରକ୍ରିୟା ବଦଳରେ ପ୍ରତ୍ୟକ୍ଷ ସହାୟତା ପ୍ରଦାନ କରିପାରିବେ ।


ସ୍ଵାସ୍ଥ୍ୟ ରକ୍ଷା ପରିଚାଳନା ପାଇଁ ସରଞ୍ଜାମ ଯୋଗାଇ ଦେବା – ହାତ ନ ଧୋଇ ବ୍ୟବହାର ବା ଅପରିଷ୍କାର ହାତ ବ୍ୟବହାର ରାସ୍ତା ପାର୍ଶ୍ବରେ ଖାଦ୍ୟ ର ଅସ୍ଵାସ୍ଥ୍ୟକର ଟାଗଲାଇନ୍ ସୂଚନା ପ୍ରଦାନ କରେ। ପୁନଶ୍ଚ , ସରକାର ସେମାନଙ୍କୁ ସାନିଟାଇଜର୍ ବିଶୋଧନ ତରଳ ପଦାର୍ଥ, ଗ୍ଲୋଭସ୍, ପ୍ରବାହିତ ବିଶୁଦ୍ଧ ଜଳ ଖାଦ୍ୟ ପ୍ରସ୍ତୁତକାରୀ ବ୍ୟବସାୟୀ ମାନଙ୍କୁ ଯୋଗାଇଦେବା ପାଇଁ ପଦକ୍ଷେପ ଗ୍ରହଣ କରିପାରିବେ। ଅନ୍ୟ ପକ୍ଷରେ ସେମାନଙ୍କୁ ସେଥିପାଇଁ ଅର୍ଥ ବିନିଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇ ପ୍ରସ୍ତୁତ ଖାଦ୍ୟ ବ୍ୟବସାୟୀ ମାନଙ୍କୁ ମଧ୍ୟ ଖାଦ୍ୟ ପ୍ରସ୍ତୁତ କରିଲା ବେଳେ ଓ ପରସିଲା ବେଳେ ଓ ଖାଦ୍ୟ ପାର୍ଶଲ କରିଲା ବେଳେ ସୁରକ୍ଷା ଓ ପରିଚାଳନା ବିଷୟରେ ତାଲିମ ଓ ପ୍ରଶିକ୍ଷଣ ପ୍ରଦାନ ଆବଶ୍ୟକ।

14 views0 comments

Comments


QLS Logo-01.png

At QLS, we understand the processes that influence how settlements are shaped and our team can advise on all facets of the strategic planning and policy formulation, including feasibilities, visioning, procuring consultant teams, program management and marketing.

© 2021 Quantum Leap Studio

‎+91 674 230 0736
info@quantumleapstudio.com

736/737, Esplanade One, Bhubaneswar, Odisha - 751010

bottom of page