top of page
Search

କୋଭିଡ ସମୟରେ ବିଜ୍ଞାପନ


ବିଜ୍ଞାପନ ଜଗତ ଆମ ଦୁନିଆ ଦ୍ୱାରା ପ୍ରଭାବିତ କିମ୍ବା ବୋଧହୁଏ, ଅନ୍ୟ ଉପାୟରେ ଆମ ଦୁନିଆ ମଧ୍ୟ ବିଜ୍ଞାପନ ଜଗତ ଦ୍ୱାରା ପ୍ରଭାବିତ | ସେ ଯାହା ହେଉନା କାହିଁକି, ବିଜ୍ଞାପନ ଜଗତରେ ଏହାର କେନ୍ଦ୍ରରେ କୋଭିଡ-୧୯ ଅଛି ଏବଂ କେହି ଅଭିଯୋଗ କରୁନାହାଁନ୍ତି | ଯେତେବେଳେ ହାତ ଧୋଇବା ଓ ବିଶୋଧନ (ସାନିଟାଇଜର୍) ର ବିଜ୍ଞାପନ ଜୀବାଣୁ ଉପାଦାନ ଆଧାରିତ ତଥ୍ୟକୁ ସଙ୍କୁଚିତ କରିଦେଇଛି, ସେତେବେଳେ ଅଳ୍ପ କେତେ ଜଣ ଅଛନ୍ତି ଯେଉଁମାନେ କି ସୃଜନଶୀଳ ହୋଇପାରିଛନ୍ତି | କିପରି-ଏଥିରେ କାହାଣୀ ସୃଷ୍ଟି କରିବା ଦ୍ୱାରା | ଆମେ ହୁଏତ ଆଉ ବହି ପଢୁ ନାହୁଁ, କିନ୍ତୁ ଆମେ ସବୁକିଛିରେ କାହାଣୀ ଖୋଜିବା ଜାରି ରଖିଛୁ | ସେହିପରି ଭାବରେ ଆମେ, ଗ୍ରାହକ (କିମ୍ବା ସାମାଜିକ ଗଣମାଧ୍ୟମ ଅନୁଯାୟୀ ଉତ୍ପାଦ), ଏହା ସହିତ ସଂଯୋଗ କରୁ କିମ୍ବା ନଚେତ୍ ଆମେ ଆମର ଇୟରଫୋନ୍ କୁ ଏଡ଼ାଇ ଦେଇଥାଉ କିମ୍ବା ମ୍ୟୁଟ୍ ଅନ୍ କରିଥାଉ | ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଏକ କାର୍ଯ୍ୟ ଏବଂ ବିଜ୍ଞାପନ ଜଗତକୁ ଯେତେ ଶୀଘ୍ର ସମ୍ଭବ ତାହା କରିବାକୁ ପଡିବ | ତାହା କରିବାର ସର୍ବୋତ୍ତମ ଉପାୟ ଏହାକୁ ଏକ ବିଷୟବସ୍ତୁ ଅନୁଯାୟୀ ରଖିବା ଆବଶ୍ୟକ | 


ଆମେ ଏହି ବିଜ୍ଞାପନଗୁଡ଼ିକୁ ଅନଲାଇନରେ ପାଇଲୁ, ଭାରତରୁ ଏବଂ ବିଶ୍ବ ର, ଯାହା ଏହି ପ୍ରସଙ୍ଗକୁ ସାମ୍ନାକୁ ଆଣିଥିଲା ​​- ନା, କେବଳ କୋଭିଡ-୧୯ ନୁହେଁ ବରଂ ଏହାର ପରିଣାମ ମଧ୍ୟ - ଏହିପରି ଆପଣଙ୍କ ହୃଦୟ ମଧ୍ୟରେ ଦ୍ୱନ୍ଦ ଚାଲିଥିବା ସମୟରେ - ଆପଣଙ୍କୁ ପାରୁ ପର୍ଯ୍ୟନ୍ତ ହସାଇବା ବା କେବଳ ଆପଣଙ୍କୁ "ହଁ, କହିଲା ପର୍ଯ୍ୟନ୍ତ" - ତାହା ସମ୍ପୂର୍ଣ୍ଣ ଅର୍ଥକୁ ବୁଝାଇଲା ପର୍ଯ୍ୟନ୍ତ | ଆମର କିଛି ପସନ୍ଦ ବିଜ୍ଞାପନ ଉପସ୍ଥାପନ କରୁଛୁ |



#SnehamKaruthalaanu - Nambisan's Ghee



କେରଳର ଏହି ଲୋକପ୍ରିୟ ବ୍ରାଣ୍ଡ ଘରକୁ ଆଣିବା ପାଇଁ ମା ଓ ପୁଅ ଦୀର୍ଘ ଦୂରତା ବାର୍ତ୍ତାଳାପ ବ୍ୟବହାର କରି କୋଭିଡର ବିଷୟବସ୍ତୁ ଉପରେ ଆଧାରିତ | ଖାଦ୍ୟକୁ ମୁଖ୍ୟ ବିଷୟ ଭାବରେ ବ୍ୟବହାର କରି, ବିଜ୍ଞାପନରେ କୋଭିଡ-୧୯ ବିଷୟରେ କୌଣସି ଉଲ୍ଲେଖ ନାହିଁ, କିନ୍ତୁ ଆକ୍ଷରିକ ଭାବରେ ଘରକୁ ଆଣିବାରେ ସଫଳ | ବିଜ୍ଞାପନ ଜଗତର ତାଲିକାର ପ୍ରଥମ ପୃଷ୍ଠାରେ ପ୍ରଦର୍ଶିତ ହୋଇଥିବା ବିଜ୍ଞାପନଟି ଯେକୌଣସି ପ୍ରବାସୀ ଭାରତୀୟଙ୍କୁ ଭାବପ୍ରବଣ କରିପାରେ (ପ୍ରକୃତ ଭାରତୀୟଙ୍କ ଲକ୍ଷଣ, ଆପଣ ଜାଣିପାରୁଥିବେ!) | ରୋମାଞ୍ଚକର ବା ଆବେଗପୂର୍ଣ୍ଣ ପ୍ରଚ୍ଛଦପଟ୍ଟ ଦୃଶ୍ୟ ଓ ଘରର ଖୋଲା ଫାଟକର ଶେଷ ଦୃଶ୍ୟ ସହିତ, ସୂଚନା ଦିଏ ଯେ ମା' ର ଦୃଢ ବିଶ୍ୱାସ ଯେ ନିଶ୍ଚୟ ଦିନେ ତାଙ୍କ ପୁଅକୁ ସେହି ଫାଟକ ଦେଇ ଘରକୁ ଆସିବା ଦେଖିବା, ସେଠାରେ କିଛି କହିବାର ଆବଶ୍ୟକତା ନାହିଁ | ଖାଦ୍ୟ ଓ ଭାବନା ଏକ ନିରାପଦ କୌଶଳ, ନୁହେଁ କି ?


To the Human Race – Coca Cola



କୋକା କୋଲା ବିଜ୍ଞାପନରେ କୌଣସି ଠାରେ କୋକା କୋଲା ର ଚିତ୍ର ନଥିବା - ଏକ ପ୍ରକାର ପ୍ରଥମ ବିଜ୍ଞାପନ | ସମଗ୍ର ବିଶ୍ବର ବିପରୀତ ବିଜ୍ଞାପନ ପ୍ରତିଛବି ଗୁଡିକ ଯତ୍ନର ସହିତ ଚୟନ କରି, ମୃଦୁ ପାନୀୟ କମ୍ପାନୀ ଏହି ବିଜ୍ଞାପନ ମାଧ୍ୟମରେ ମାନବିକତାର ମୂଲ୍ୟବୋଧକୁ ସମ୍ମାନ ଜଣାଇ ଏହି ବାର୍ତ୍ତା ପ୍ରଚାର ସହିତ ସମାପ୍ତ କରିଲା - ଯାହା ବିଭାଜନ କରେ, ମାନବିକତା ମୂଲ୍ୟବୋଧ ତାହାକୁ ଏକାଠି କରେ | ମହାମାରୀ ଏପର୍ଯ୍ୟନ୍ତ ନକାରାତ୍ମକତା ଉପରେ ରହିଆସିଛି ଏବଂ ବିଜ୍ଞାପନରେ ଦର୍ଶାଯାଇଥିବା ଛବି ଗୁଡିକ ସବୁକିଛି ଧ୍ୟାନରେ ରଖିଛି – ଅର୍ଥନୀତିର ଅଧୋଗତି, ବନ୍ଦ ସୀମା, ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟସେବା ଅଭାବ, ଜାତିଗତ ତଥା ସାମାଜିକ ଅସମାନତା - କିନ୍ତୁ ଆପଣଙ୍କୁ ଉଜ୍ଜ୍ୱଳ ଦିଗକୁ ଦେଖିବା ବିନା ନୁହେଁ | ପରସ୍ପରକୁ ସାହାଯ୍ୟ କରିବା, ଅବିଚାରିତ ଭାବେ ଦୟା ପ୍ରଦର୍ଶନ କରିବା, ସେହି ମୁହୂର୍ତ୍ତ ଯେତେବେଳେ ପରିବାର, ଯେଉଁମାନେ ମାସ ମାସ ଧରି ପରସ୍ପରକୁ ଦେଖିନଥିଲେ, ସେମାନେ ପରସ୍ପରକୁ ଭେଟିବାକୁ ସମର୍ଥ ହୋଇଛନ୍ତି | ‘ବିଶ୍ୱାସ କରିବାର କାରଣ’ କୁ ପ୍ରଦର୍ଶନ କରି ବିଜ୍ଞାପନଟି ଭଏସ୍ ସ୍ୱର ବ୍ୟବହାର ବଦଳରେ ଏକ ପ୍ରେରଣାଦାୟକ ବା ଉଚ୍ଛସିତ ସଙ୍ଗୀତ ଓ ଶବ୍ଦ ବ୍ୟବହାର କରି ଏହି ବିଜ୍ଞାପନଟି ସମୟ ସହିତ ତାଳ ଦେଇ ଗତି କରିପାରିଛି | ଏହି ବିଜ୍ଞାପନଟି କୌଣସି ସ୍ଥାନରେ କୋକା କୋଲାର ଚିତ୍ର ପ୍ରଦର୍ଶନ ନକରି ମଧ୍ୟ ସର୍ବାଧିକ ପ୍ରଭାବ କରିବା - ମଧ୍ୟ କାର୍ଯ୍ୟ କରିପାରିଛି | କାରଣ ବ୍ରାଣ୍ଡ ମଧ୍ୟ ମାନବିକତା ଦୃଷ୍ଟିକୋଣକୁ ଏହିପରି ଭାବରେ ପ୍ରଦର୍ଶନ କରିପାରିଛି |


ଉବର ବ୍ୟବହାର କରିବା ପାଇଁ ଧନ୍ୟବାଦ - ଉବର |



ଏହାକୁ ସର୍ବାଧିକ ପ୍ରଭାବ ଅଭିଯାନ କୁହନ୍ତୁ, କିମ୍ବା କ’ଣ? ଉବରର କୋଭିଡ-୧୯ ବିଜ୍ଞାପନରେ ମଧ୍ୟ ଉବର ନାହିଁ | ଲକଡାଉନ୍ ସମୟରେ ବହୁ କ୍ଷତି ସହିଥିବା ଓ ଅନଲକ୍ ସତ୍ତ୍ୱେ କ୍ଷତିରେ ଚାଲୁଥିବା କମ୍ପାନୀ ଘରେ କାମ କରୁଥିବା, ମଜାଳିଆ କାର୍ଯ୍ୟକଳାପ କରୁଥିବା, ଖେଳୁଥିବା, ଜୀବନଯାପନ କରୁଥିବା ଲୋକଙ୍କ ଘର ଭିଡିଓ ଚିତ୍ର ଉତ୍ତୋଳନ କରି ଏକାଠି କରେ କିନ୍ତୁ ସେମାନେ ଯେପରି ଚାହିଁବେ, ସେହିପରି ଜୀବନ ବିତାଇ ପାରିବେ (କିମ୍ବା ନପାରିବେ) ଏବଂ ଘର ଭିତରେ ରହିଥିବାରୁ ସେମାନଙ୍କୁ ଧନ୍ୟବାଦ ଦିଅନ୍ତି | ଏବଂ ଉବର ନବ୍ୟବହାର ପାଇଁ, ଏହା ନିଶ୍ଚିତ ଭାବରେ ମନସ୍ତତ୍ତ୍ୱକୁ ସାକାରାତ୍ମକ ଭାବେ ପ୍ରଭାବିତ କରିବାର ସଫଳ ପ୍ରୟାସ | ଭିଜୁଆଲ୍ ଗୁଡିକ ଶୀଘ୍ର ଚଳନ କରେ କିନ୍ତୁ କେବଳ ସୁଖ ଉପରେ ନୀରିକ୍ଷଣ କରେ ନାହିଁ | ଆପଣ ଛାୟା ମୂର୍ତ୍ତିରେ ଜଣେ ପୁରୁଷର ପ୍ରତିଛବି ଦେଖନ୍ତି, ଲୋକମାନଙ୍କର ପଲକ ବାହାର ଜଗତକୁ ଚାହିଁ ରହେ, ପିଲାମାନଙ୍କର ଘର ଭିତରେ ଖେଳୁଥିବା ସମସ୍ୟା ଓ ଆହୁରି ଅନେକ କିଛି | ବିଜ୍ଞାପନ କୌଣସି ସମାଧାନ ଉପସ୍ଥାପନ କରେ ନାହିଁ, କିନ୍ତୁ ଯେଉଁ ଅବସ୍ଥାରେ ଥାଏ, ସେହି ଅବସ୍ଥାରେ ଚିତ୍ର ଉପସ୍ଥାପନ କରେ - ସର୍ବନିମ୍ନ କାର୍ଯ୍ୟ କରିଥିବାରୁ ଓ ଘରେ ରହିଥିବାରୁ ଧନ୍ୟବାଦ ଦେଇଥାଏ |


ଆମେ କେବେ ପରସ୍ପର ଠାରୁ ଅଲଗା ହୋଇପାରିବୁନି ଯଦି ଆମେ ପରସ୍ପରକୁ ପାଇପାରିବା - ଫେସବୁକ୍ |



ଯେତେବେଳେ କି ଏହା ମଧ୍ୟ ଏକ ଘରୋଇ ଭିଡିଓ ଏବଂ ଶୂନ୍ୟ ରାସ୍ତା ସହିତ ମନଲାଖି ରହିଲା ଭଳି ପିଆନୋର ବାଦ୍ୟ ସଙ୍ଗୀତ ଏବଂ ଏକ ଭଏସ୍ ଓଭର ବ୍ୟବହାର କରେ ଯାହା କହିଥାଏ - ମୁଁ ଚେହେରାକୁ ଭଲ ପାଏ, ଫେସବୁକ୍ ବିଜ୍ଞାପନକୁ ଅଧିକ ଆକ୍ଷରିକ କରିଥାଏ ଏବଂ ପ୍ରତ୍ୟେକ ଥର ଯେତେବେଳେ ମୁଁ ଚେହେରାକୁ ଭଲ ପାଏ, ସେତେବେଳେ ଏହାର ନାମ ସର୍ବତ୍ର ପ୍ରକାଶ କରିଥାଏ | ଏହା ଠିକ୍ ରହସ୍ୟମୟ ନୁହେଁ କିନ୍ତୁ ସେଠାରେ କିଛି ମାତ୍ରାରେ | ପ୍ରଯୁକ୍ତି ବିଜ୍ଞାନର ଶକ୍ତି ଲୋକମାନଙ୍କୁ ଏକାଠି ରଖିଛି ଏବଂ ଫେସବୁକ୍ ଅଧିକାଂଶ ଲୋକପ୍ରିୟ ଲୋକମାନଙ୍କୁ ନିଜର କରିପାରିଛି ଯେଉଁଠାରେ ଲୋକମାନେ ତାଙ୍କର ସୃଜନଶୀଳତାକୁ ସମ୍ପୂର୍ଣ୍ଣ ତାଲାବନ୍ଦ ସମୟରେ ପ୍ରଦର୍ଶନ କରିପାରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ କରୁଛନ୍ତି | ମୁହଁ ଦେଖିବା ହେଇଛୁ | ଏହାହିଁ ବିଜ୍ଞାପନର ବିଶେଷତ୍ୱ, ଆପଣ ଆମ ଭଳି ମନୁଷ୍ୟମାନଙ୍କର ମୁହଁ ଦେଖିବାକୁ ପଡିବ |


Ode to Close - Heineken 



ବର୍ତ୍ତମାନ, ଏହା ଆପଣଙ୍କୁ ଆକ୍ଷରିକ ଭାବରେ କୋଭିଡ-୧୯ ପୂର୍ବରୁ ଥିବା ଦିନକୁ ନେଇଯିବ, ଯେତେବେଳେ କରମର୍ଦ୍ଦନ, ମୁଷ୍ଟିର ଆଦାନପ୍ରଦାନ, ସମସ୍ତ ପ୍ରକାର ଚୁମ୍ବନ, ସମସ୍ତ କିସମର ଆଲିଙ୍ଗନ ଏବଂ ବହୁତ କିଛି ଏକ ସାଧାରଣ ଭାବରେ ହେଉଥିଲା | ବିଜ୍ଞାପନର ବଡ଼ ଅଂଶ ହେଉଛି ଗୋଟିଏ ସମୟର ଆବେଗପୂର୍ଣ୍ଣ ସ୍ମୃତି (ଆଠମାସ ପୂର୍ବ) ଯେଉଁଠାରେ ସାମାଜିକୀକରଣ ଥିଲା ମୁଖ୍ୟ ଆକର୍ଷଣ, ସମସ୍ତଙ୍କ ମୁଁହରେ ଉଚ୍ଚାରଣ ହେଉଥିବା ଶବ୍ଦ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଭୋଜି ଓ ନେଟୱାର୍କିଂ ପାଇଁ ମିଳିତ ହେବା ଠାରୁ ବହୁତ ଆଗରେ ଥିଲା | ବିଜ୍ଞାପନ କେବଳ ବନ୍ଧୁତା ଉପରେ ଧ୍ୟାନ ଦେଇଥାଏ ଏବଂ ତାହା ତୁମର ହୃଦୟସ୍ପର୍ଶୀ ଅଂଶ ହୋଇପାରେ | ବିଜ୍ଞାପନର କେବଳ ଶେଷ କିଛି ମିନିଟ୍ ରେ କୋଭିଡ -୧୯ ସମୟରେ ଜୀବନ କ'ଣ ତାହା ପ୍ରଦର୍ଶନ କରାଯାଇଛି | ଏହା ଅଧିକାଂଶ ବିଜ୍ଞାପନଠାରୁ ଭିନ୍ନ, ଯେତେବେଳେ ଅଧିକାଂଶ ବିଜ୍ଞାପନ ଜନଶୂନ୍ୟ ରାସ୍ତା ପ୍ରଦର୍ଶନ କରି ବିଜ୍ଞାପନ ଆରମ୍ଭ କରିଥାନ୍ତି | ଏହା ଧୀରେ ଧୀରେ, ଆପଣଙ୍କୁ ପୁରାତନ ସ୍ୱାଭାବିକ ଠାରୁ ନୂତନ ସ୍ୱାଭାବିକକୁ ନେଇଥାଏ, ବିଶ୍ୱାସକୁ ପୁନଃସ୍ଥାପିତ କରିବାକୁ ଚେଷ୍ଟା କରେ ଯେ କିଛି ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ; ଏହା କେବଳ ସାମାଜିକୀକରଣର ଧାରା ଯାହା ବଦଳିଛି | ଏବଂ ପୁନର୍ବାର, ବିୟର (ବିଦେଶୀ ମଦ) ମଧ୍ୟ ଆଦୌ ବିଜ୍ଞାପନରେ ଦୃଶ୍ୟମାନ ହୁଏ ନାହିଁ - ଏହା ମନ ବଳ ଯାହା କାର୍ଯ୍ୟ କରେ ​​| ତେଣୁ, ସେହି ବିଷୟରେ ସମସ୍ତେ ଏକମତ | ପୁନଶ୍ଚ, ସେହି ଟ୍ୟାଗଲାଇନ୍ - ଦାୟିତ୍ୱପୂର୍ଣ୍ଣ ଭାବେ ସାମାଜିକକରଣ ହୁଅନ୍ତୁ - ବୃଷର ଚକ୍ଷୁରେ ଆଘାତ କରନ୍ତୁ |


ଏହା ଲୋକମାନଙ୍କ ବିଷୟରେ - ଫ୍ରିଟୋ-ଲେ |



ଅନ୍ୟମାନଙ୍କ ତୁଳନାରେ, ଏହି ବିଜ୍ଞାପନ ଆପଣଙ୍କ ମୁହଁରେ ଅଛି | ଏହା କୌଣସି ଦାର୍ଶନିକ ଯୁକ୍ତି କରେ ନାହିଁ | କିନ୍ତୁ ହଁ, ଏହା ଏକ ସରଳ ବାକ୍ୟରୁ ଆରମ୍ଭ ହୁଏ - ଏହା ବ୍ରାଣ୍ଡଗୁଡ଼ିକ ବିଷୟରେ ନୁହେଁ - ଏବଂ ତା’ପରେ ସେମାନେ ସେମାନଙ୍କର ନିଯୁକ୍ତି ରେକର୍ଡ, ଦାନ ଇତ୍ୟାଦି ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଯାହା କରିଥିଲେ ତାହା ବିଷୟରେ ଏହା ପ୍ରସ୍ତୁତ କରେ | ଏହା କ'ଣ ପାଇଁ ଏକାଠି ହୋଇ ରହିପାରିଛି, ତାହାର କାରଣ ହେଲା ଏହା କେଉଁଠାରେ ବି ମହାମାରୀ ଭଳି ବିଜ୍ଞାପନ ପ୍ରଦର୍ଶନ କରେ ନାହିଁ | ଏହା ଅତ୍ୟନ୍ତ ଜୋରଦାର୍ ଭାବେ ପ୍ରକାଶ କରେ ଏହି ମହାମାରୀ ସମୟରେ ଏହା ଲୋକଙ୍କ ପାଇଁ କଣ କରୁଛି - ତାହା ଅତି ଉଚ୍ଚ ସ୍ୱରରେ, ସରଳ ଭାବରେ ଓ ସ୍ପଷ୍ଟ ଭାବରେ ପ୍ରକାଶ କରେ | ଯେଉଁ ଭିଜୁଆଲ୍ ଗୁଡିକ ବ୍ୟବହାର କରାଯାଇଛି ସେଗୁଡିକ ମଧ୍ୟ ଅତି ନିର୍ଭିକ ଭାବେ ତାହାକୁ ହିଁ ପ୍ରତିପାଦନ କରେ| ଏହା ସେହି କର୍ପୋରେଟ୍ CSR ଭିଡିଓ ଗୁଡିକ ମଧ୍ୟରୁ ଗୋଟିଏ ପରି ମନେହୁଏ କିନ୍ତୁ ତଥାପି ଏହା ଏକ ପ୍ରଭାବ ପକାଇଥାଏ - କେବଳ ସଚ୍ଚୋଟ ହୋଇ |


#ThisIsUs: ମାନବିକତା ବିସ୍ତାର କରେ - ହୁଣ୍ଡାଇ |


ବୋଧହୁଏ ଅନ୍ୟମାନଙ୍କ ତୁଳନାରେ ବହୁତ ଅଧିକ ମାନବୀୟ ସ୍ପର୍ଶ ସହିତ, ଏହି ବିଜ୍ଞାପନର ନିର୍ମାତାମାନେ ଜାଣିଥିଲେ ଯେ ସେମାନଙ୍କର କର୍ସର୍ କୁ କେଉଁଠାରେ ଦର୍ଶାଇବ – ମନୁଷ୍ୟର ମନ | ଯେଉଁ କେତେକ ମୁଖ୍ୟ ସମସ୍ୟା କୋଭିଡ-୧୯ ଆମ ସମ୍ମୁଖରେ ଉନ୍ମୋଚନ କରିଅଛି, ସେଥି ମଧ୍ୟରୁ ଅନ୍ୟତମ ସମସ୍ୟା ହେଲା ଆମର ମାନସିକ ସ୍ୱାସ୍ଥ୍ୟ | ଟିଭି ପରଦାରେ ବିଜ୍ଞାପନ ଦେଖିଲା ବେଳେ ଯେତେବେଳେ ଆପଣ ଅସୁରକ୍ଷିତ, ଦୁର୍ବଳ, ଭଙ୍ଗପ୍ରବଣ ଇତ୍ୟାଦି ଶବ୍ଦର ସଂସ୍ପର୍ଶରେ ଆସିବେ, ସେତେବେଳେ ଆପଣ ଦେଖିପାରିବେ ଅନ୍ୟ ସବୁ ବିଜ୍ଞାପନଠାରୁ ଏହି ବିଜ୍ଞାପନଟି କିପରି ଭିନ୍ନ ହୋଇପାରିଛି - ସକାରାତ୍ମକତା ଓ ନକାରାତ୍ମକତା ପାଖାପାଖି ହୋଇ ଏକତ୍ର ଅଛି, ଏପରିକି ଆପଣଙ୍କ ମୁଁହରେ ତାହା ଠିକ୍ ଭାବରେ ପ୍ରଦର୍ଶିତ ହୋଇପାରୁ ନାହିଁ | ବିଜ୍ଞାପନଟି ପ୍ରଦର୍ଶିତ ହେଲାବେଳେ ଅକ୍ଷର ଗୁଡିକ ଓ ପ୍ରଚ୍ଛଦପଟ୍ଟର ସ୍ୱର ମଧ୍ୟରେ ଠିକ୍ ସମନ୍ୱୟ ରହିଥିବାବେଳେ ଭିଜୁଆଲ୍ ଗୁଡିକ ପୃଥିବୀର ଅନ୍ୟ ବିଜ୍ଞାପନ ତୁଳନାରେ ଅନୁକ୍ରମ ଭାବରେ ଭିନ୍ନ | ଶେଷ ଆଡକୁ ଆପଣ ଅଟୋମୋବାଇଲ୍ ଦେଖନ୍ତି | ଫ୍ରିଟୋ ଲେ ବିଜ୍ଞାପନଠାରୁ ଭିନ୍ନ ହୋଇ, ଏହି ବିଜ୍ଞାପନରେ ବ୍ରାଣ୍ଡ ଦ୍ୱାରା କ'ଣ ପଦକ୍ଷେପ ନିଆଯାଇଛି, ତାହା ପ୍ରଦର୍ଶିତ କରେ ନାହିଁ | ତାହା ସବୁ ବିଜ୍ଞାପନର ଶେଷ ଭାଗରେ ପ୍ରକାଶିତ ହୁଏ, ଥରେ ତାହା ଆପଣଙ୍କୁ ନେଇଯାଏ ଯେଉଁ କଥା ବିଷୟରେ କହିବାକୁ ମନୁଷ୍ୟମାନଙ୍କୁ ପସନ୍ଦ ଲାଗେ ନାହିଁ – ତାଙ୍କର ଦୁର୍ବଳତା, ଅକ୍ଷମତା ଓ ଦୁର୍ବଳ ମାନସିକତା |


ଆପଣ କୋଭିଡ -୧୯ ସମ୍ବନ୍ଧୀୟ ଅଧିକ ବିଜ୍ଞାପନ ଦେଖିଛନ୍ତି କି? ଆମ ମନ୍ତବ୍ୟ ବିଭାଗରେ ସେଗୁଡିକୁ ଆମ ସହିତ ଅଂଶୀଦାର କରନ୍ତୁ |

13 views0 comments

Comments


bottom of page