top of page
Search

ତାଲାବନ୍ଦ ୨୦୨୦ ରେ ଭୁବନେଶ୍ୱର - ଏକ ଫଟୋ ଷ୍ଟୋରୀ

Writer's picture: QLS InsiderQLS Insider


ମାର୍ଚ୍ଚ ୨୧, ୨୦୨୦ ରେ କେନ୍ଦ୍ର ସରକାର କୋଭିଡ-୧୯ ର ଦ୍ରୁତ ବିସ୍ତାରକୁ ପ୍ରତିହତ କରିବା ପାଇଁ ଦିନିକିଆ ତାଲାବନ୍ଦ ଘୋଷଣା କରିଥିଲେ ଯାହାକୁ "ଜନତା କର୍ଫ୍ୟୁ' କୁହାଯାଇଥିଲା, ଯାହାକି କୋଭିଡ-୧୯ ର ବିସ୍ତାରକୁ ପ୍ରତିରୋଧ କରିବାକୁ ପ୍ରସ୍ତାବିତ ହୋଇଥିଲା | ଏହା ପରେ ଓଡିଶା ସରକାରଙ୍କ ଦ୍ୱାରା ରାଜ୍ୟର ପ୍ରମୁଖ ଜିଲ୍ଲାମାନଙ୍କରେ ସମ୍ପୂର୍ଣ ତାଲାବନ୍ଦ ଘୋଷଣା କରାଯାଇଥିଲା , କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ମାର୍ଚ୍ଚ ୨୧ ରୁ ମେ ୪ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରର ରାସ୍ତାଗୁଡ଼ିକ ଜନଶୂନ୍ୟ ହୋଇଥିଲା ଏବଂ ଏକ ମରୁଭୂମି ସଦୃଶ ଦୃଶ୍ୟମାନ ହୋଇଥିଲା | ଆଗଧାଡ଼ିର ଶ୍ରମିକ, ତେଜରାତି ଦୋକାନ, ସ୍ୱାସ୍ଥ୍ୟସେବା, ବିତରଣ ସେବା ଇତ୍ୟାଦି ଅତ୍ୟାବଶ୍ୟକ ସେବା ବ୍ୟତୀତ ସପ୍ତାହ ସପ୍ତାହ ଧରି ଅନ୍ୟ କୌଣସି ଲୋକ ଦେଖିବାକୁ ମିଳିନଥିଲେ |


କ୍ୱାଣ୍ଟମ୍ ଲିପ୍ ଷ୍ଟୁଡିଓ (QLS) ସେହି ସପ୍ତାହଗୁଡ଼ିକର ତାଲାବନ୍ଦ ମଧ୍ୟରେ ଲୋକମାନଙ୍କର ଜୀବନଶୈଳୀ କିପରିଥିଲା ସେ ବିଷୟରେ କିଛି ଲୋକଙ୍କ ଅନୁଭୂତି ସଂଗ୍ରହ କରିଥିଲା ଯାହାକି ଆମ ବାହ୍ୟ ପରିବେଶ ବଦଳୁ ଥିବା ସମୟରେ ଆମେ ଏହା ସହିତ କିପରି ଖାପଖୁଆଇ ଚଳିବାପାଇଁ ଚେଷ୍ଟା କରୁଥିଲୁ ତାହା ଉପରେ ଆଧାରିତ ଥିଲା | ଆସନ୍ତୁ ଦେଖିବା :

















ଦୁର୍ଭାଗ୍ୟବଶତଃ ,କୋଭିଡ -୧୯ ର ପ୍ରସାର ବିପଦ ଏପର୍ଯ୍ୟନ୍ତ ରହିଅଛି; ଏହି ଭୂତାଣୁ ଏବେ ମଧ୍ୟ ଆମ ଆଖପାଖରେ ଅଛି | ଏହା ବ୍ୟତୀତ ଭାରତ ଏପରିକି ଓଡ଼ିଶା ମଧ୍ୟ ଦ୍ୱିତୀୟ ତରଙ୍ଗର ସମ୍ମୁଖୀନ ହେବାକୁ ଯାଉଛି | ଏହା ସୁନିଶ୍ଚିତ ଯେ ଆମେ, ଅନ୍ୟ ଏକ ତାଲାବନ୍ଦ ଚାହୁଁନାହୁଁ | ତେଣୁ, ଆମେ ସମସ୍ତ କୋଭିଡ -୧୯ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଆବଶ୍ୟକ | ସେଥିପାଇଁ ଆମେ ଆପଣ ଙ୍କୁ ଅନୁରୋଧ କରୁଛୁ ଦୟାକରି ମାସ୍କ ପିନ୍ଧିବା ଜାରି ରଖନ୍ତୁ ଏବଂ ଯଥାସମ୍ଭବ ସାମାଜିକ ଦୂରତା ଅଭ୍ୟାସ କରନ୍ତୁ |😷


Read in English

20 views0 comments

Comments


QLS Logo-01.png

At QLS, we understand the processes that influence how settlements are shaped and our team can advise on all facets of the strategic planning and policy formulation, including feasibilities, visioning, procuring consultant teams, program management and marketing.

© 2021 Quantum Leap Studio

‎+91 674 230 0736
info@quantumleapstudio.com

736/737, Esplanade One, Bhubaneswar, Odisha - 751010

bottom of page