top of page
Search

ଗୃହ ସଙ୍ଗରୋଧ କ'ଣ ?

Writer's picture: Biplab TaraiBiplab Tarai

ଓଡ଼ିଶାର ତାଲାବନ୍ଦ କଟକଣା କୋହଳ ନିୟମ - ୧.୦ ରଣନୀତି | ତାଲାବନ୍ଦବେଳେ ନିଆଯାଇଥିବା ପଦକ୍ଷେପଗୁଡିକୁ କୋହଳ କରିବା ସହିତ ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ କଡା ଯୋଜନା ପ୍ରବର୍ତ୍ତନ କରିବା ଯେହେତୁ ମେ ମାସ ପ୍ରାରମ୍ଭରେ ସଂକ୍ରମଣ ସଂଖ୍ୟା ଦୂତଗତିରେ ବୃଦ୍ଧି ପାଇଥିଲା |

ଓଡ଼ିଶାରେ ଲୋକମାନଙ୍କ ପାଇଁ ୭ ଦିନିଆ ଆନୁଷ୍ଠାନିକ ସଙ୍ଗରୋଧ ବାଧ୍ୟତାମୂଳକ | ଏହା ପରେ, ସାମାନ୍ୟ ଲକ୍ଷଣ ଥିବା ସଂକ୍ରମଣ ରୋଗୀମାନଙ୍କୁ ବାଧ୍ୟତାମୂଳକ ସଙ୍ଗରୋଧରୁ ଯିବା ପାଇଁ ଅନୁମତି ପ୍ରଦାନ କରାଯାଏ, କିନ୍ତୁ ସେମାନେ ଗୃହ ସଙ୍ଗରୋଧରେ ୭ ଦିନ ରହିବା ଆବଶ୍ୟକ | ସେ ଯାହା ହେଉ, ସହରାଞ୍ଚଳରେ ବିଦେଶରୁ ଫେରିଥିବା ବ୍ୟକ୍ତିମାନେ ୧୪ ଦିନ ଗୃହ ସଙ୍ଗରୋଧରେ ରହିବା ଆବଶ୍ୟକ | ଏହି ବିଦେଶୀ ଫେରନ୍ତାମାନେ ସ୍ୱୟଂ ପୃଥକ ରହିବା ଆବଶ୍ୟକ | ଘରେ ଅଲଗା ହୋଇ ରହିବେ, ଲକ୍ଷଣ ଦେଖାଯିବା ମାତ୍ରେ ସ୍ୱାସ୍ଥ୍ୟ ସେବା ନେବା ଆବଶ୍ୟକ | ୧୦୪ ର ପ୍ରତିନିଧିମାନେ ସେମାନଙ୍କୁ ସେମାନଙ୍କ ପଞ୍ଜିକୃତ ନମ୍ବରରେ ଯୋଗାଯୋଗ କରିବେ ଏବଂ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିବେ |

ଗୃହ ସଙ୍ଗରୋଧ, ସାଧାରଣ ଲୋକପ୍ରିୟ ଧାରଣା ବିପରୀତ୍ତେ, ନିଜେ ପୃଥକ ହୋଇ ରହିବା ସମାନ ନୁହେଁ | ଯଦିଓ କୋଭିଡ-୧୯ କୁ ବ୍ୟାପିବାରୁ ପ୍ରତିହତ କରିବା ପାଇଁ ଦୁଇଟି ଯାକ ପ୍ରତିଷେଧକମୂଳକ ପଦକ୍ଷେପ | ପୃଥକ ହୋଇ ରହିବା ସଂକ୍ରମଣ ବ୍ୟକ୍ତିଠାରୁ ସୁସ୍ଥ ଲୋକଙ୍କୁ ଅଲଗା ହୋଇ ରଖିବା ଅଭ୍ୟାସ, ସଙ୍ଗରୋଧ କେବଳ ପୃଥକ ହୋଇ ରହିବାରେ ସୀମିତ ନୁହେଁ | ଆହୁରି ମଧ୍ୟ, ଯେଉଁମାନେ ଭୂତାଣୁର ସଂସ୍ପର୍ଶରେ ଆସିଥିବେ, କିନ୍ତୁ, ସଂକ୍ରମଣର ନିଶ୍ଚିତତା ନଥିବ, ସେହି ଲୋକମାନଙ୍କ ଯିବା ଆସିବା ଉପରେ ପ୍ରତିବନ୍ଧକ ଲାଗୁ ହେବ | ଏହା ସୁନିଶ୍ଚିତ କରିବା କାରଣ ହେଉଛି ଯେ ଯେଉଁଲୋକ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି, ସେମାନେ ଭୂତାଣୁ ସଂସ୍ପର୍ଶରେ ନଆସନ୍ତୁ |

ବ୍ୟତିକ୍ରମ : ଯେଉଁଠି ସଙ୍ଗରୋଧ ଉଲ୍ଲଂଘନ ଯୋଗୁଁ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଲେ, ସେହି ଜିଲ୍ଲାମାନେ ସଙ୍ଗରୋଧର ଅବଧି ବୃଦ୍ଧି କରିଲେ | ନୟାଗଡ ରାଜ୍ୟ ସରକାରଙ୍କ ସଙ୍ଗରୋଧ ନିୟମକୁ ପାଳନ କଲାବେଳେ କେନ୍ଦ୍ରାପଡା ଅନୁଷ୍ଠାନିକ ସଙ୍ଗରୋଧ ଅବଧିକୁ ୧୪ ଦିନକୁ ବୃଦ୍ଧି କରିଥିଲେ |


ଗୃହ ସଙ୍ଗରୋଧ ପାଇଁ କ’ଣ ଆବଶ୍ୟକ ?

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରଚଳିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଯେଉଁମାନେ ଭ୍ରମଣ କରିଛନ୍ତି ବା କରିନାହାନ୍ତି କିନ୍ତୁ କୋରନା ଭୂତାଣୁ ଦ୍ୱାରା ସଂକ୍ରମଣ ହେବା ସନ୍ଦେହ କରାଯାଉଛି, ସେମାନେ ତଥା ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ତ୍ୱରିତ ଗୃହ ସଙ୍ଗରୋଧରେ ରହିବେ |

ଗୃହ ସଙ୍ଗରୋଧ ସମସ୍ତ ସଂକ୍ରମଣର ସନ୍ଦେହ ବା କୋଭିଡ-୧୯ ସଂକ୍ରମଣ ହୋଇଥିବା ରୋଗୀମାନଙ୍କ କ୍ଷେତ୍ରରେ ଲାଗୁ ହୁଏ |


୧୪ ଦିନ ମଧ୍ୟରେ ମହାମାରୀର ଲକ୍ଷଣ ଅସୁସ୍ଥତା ଆସିବା ପୂର୍ବରୁ ଦେଖାଦେବ |

ଗୃହ ସଙ୍ଗରୋଧ ଉପରେ ଅଧିକ ସ୍ପଷ୍ଟତା ପାଇଁ ନିମ୍ନଲିଖିତ ପ୍ରଶ୍ନଗୁଡିକୁ ଦେଖନ୍ତୁ |

(ଟିପ୍ପଣୀ : ଓଡ଼ିଶାରେ କୋଭିଡ୍-୧୯ ପରିସ୍ଥିତି ଉପରେ ନିର୍ଭର କରି ଏହି ନିୟମଗୁଡିକ ପରିବର୍ତ୍ତନ ହୋଇପାରେ |)












18 views0 comments

Comentarios


QLS Logo-01.png

At QLS, we understand the processes that influence how settlements are shaped and our team can advise on all facets of the strategic planning and policy formulation, including feasibilities, visioning, procuring consultant teams, program management and marketing.

© 2021 Quantum Leap Studio

‎+91 674 230 0736
info@quantumleapstudio.com

736/737, Esplanade One, Bhubaneswar, Odisha - 751010

bottom of page