କୋଭିଡ୍ -୧୯ ଆମକୁ ଗୋଟିଏ ଉପାୟ ପରିବର୍ତ୍ତେ ଏକାଧିକ ଉପାୟ ଆପଣେଇବା ପାଇଁ ବାଧ୍ୟ କରିଛି | | ଆମ ଜୀବନର ଏକ ବଡ ପରିବର୍ତ୍ତନ ହେଲା ଏକ ଅତିରିକ୍ତ ପ୍ରସାଧାନ ମୁଖମଣ୍ଡଳ ପାଇଁ | ଏହା ବର୍ତ୍ତମାନ ସାରାବିଶ୍ୱର ଜୀବନର ଶୈଳୀ ହୋଇଯାଇଛି | ଓଡିଶା ସରକାର, ଅନ୍ୟତମ ପ୍ରଥମ ରାଜ୍ୟ ଭାବରେ ଯେ କେବଳ ମାସ୍କ ବ୍ୟବହାରକୁ ସାଧାରଣ ସ୍ଥାନରେ ବାଧ୍ୟତାମୂଳକ କରିନାହାନ୍ତି, ତା ସହିତ ଖିଲାପକାରି ଅମାନିଆଙ୍କ ଉପରେ ବହୁତ ଦଣ୍ଡ ମଧ୍ୟ ଆଦାୟ କରାଯାଉଛି | ୨୦୦ ଟଙ୍କାରୁ -୫୦୦ ଟଙ୍କା ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ଅମାନ୍ୟ ପାଇଁ, ଏବଂ ୧୦୦ ଟଙ୍କା ପରବର୍ତ୍ତୀ ଉଲ୍ଲଂଘନ ପାଇଁ |
ଚାହିଦା ଓ ଆବଶ୍ୟକ
କୋଭିଡ୍ ୧୯ କୁ ମହାମାରୀ ଓ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା ହେବା ସଙ୍ଗେସଙ୍ଗେ ମାର୍ଚ୍ଚ ମାସରେ ମାସ୍କ ପାଇଁ ଲୋକମାନେ ହୋହଲ୍ଲା କଲେ | ମାସ୍କର ବ୍ୟାପକ କଳା ବଜ଼ାର ବା ଲୁଚାଇ ରଖିବା ସହିତ ଆବଶ୍ୟକ ପରିମାଣର ଉତ୍ପାଦନର ଅଭାବ ଫଳରେ ବଜ଼ାରରେ ଅଭାବ ସୃଷ୍ଟି ହେଲା | ଯେତେବେଳେ ସମଗ୍ର ଦେଶ ତାଲାବନ୍ଦ ପରିସ୍ଥିତି ମଧ୍ୟ ଦେଇ ଗତି କରୁଥାଏ, ସେତେବେଳେ ରାଜ୍ୟ ସରକାର ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଥିଲେ | କୋଭିଡ୍ ୧୯ ପୃଥିବୀରେ ଯେତେବେଳେ ମାସ୍କ ଏକ ଆବଶ୍ୟକ ଜିନିଷ ରୂପେ ଉପଲବ୍ଧି କଲେ, ସେତେବେଳେ ଲୋକମାନେ ବିଭିନ୍ନ ସୃଜନଶୀଳଭାବେ ମାସ୍କ ସଂଗ୍ରହ କରିବାକୁ ଲାଗିଲେ | ଏହାକୁ ସ୍ଥାନୀୟ ପରିଚୟ ସହିତ ଏକ ସ୍ଥାନୀୟ ଜିନିଷ ଭାବେ ଗ୍ରହଣ କଲେ |
ଘର ତିଆରି ମାସ୍କର ଉପକାରିତା
ଯଦିଓ ସର୍ଜିକାଲ୍ ମାସ୍କ ସହଜରେ ଉପଲବ୍ଧ ହୁଏ, କିନ୍ତୁ ତାହାକୁ ଗୋଟିଏ ଥର ବ୍ୟବହାର ପରେ ଫୋପାଡ଼ି ଦେବାକୁ ପଡିଥାଏ | କୃତ୍ରିମ ପଦାର୍ଥରେ ପ୍ରସ୍ତୁତ ମାସ୍କ ବ୍ୟବହାର କରି ଅନେକ ଲୋକ ନିଶ୍ୱାସ ନେଲାବେଳେ ଅସୁବିଧାର ସମ୍ମୁଖୀନ ହେଲେ | ଆବଶ୍ୟକତା ଓ ସୃଜନଶୀଳତାର ମିଶ୍ରଣରେ ଏକ ନୂତନ ଉପାୟ ସୃଷ୍ଟି ହେଲା ଯାହାକି କେବଳ ଯେ ଲୋକମାନଙ୍କୁ ସାହାଯ୍ୟ କଲା ତାହା ନୁହେଁ, ଆହୁରି ମଧ୍ୟ ରାଜ୍ୟକୁ ଓ ଯେଉଁମାନେ ମାସ୍କ ପ୍ରସ୍ତୁତ କରିଲେ ସେମାନଙ୍କୁ ଖୁବ ଶୀଘ୍ର ଏକ ନୂତନ ମାର୍ଗର ଆବିର୍ଭାବ ହେଲା | ଯାହା ଦ୍ୱାରା ଓଡିଶାର ନାଗରିକମାନଙ୍କୁ ତାଙ୍କ ମୁଖମଣ୍ଡଳ ଉପରେ ଓଡିଶାର ବିଶ୍ୱ ପ୍ରସିଦ୍ଧ ବୁଣାକାର୍ଯ୍ୟର ପରାକାଷ୍ଠା ବିଶ୍ୱ ପ୍ରଦର୍ଶନ କରିବାର, କିଏ ସେମାନେ, କେଉଁ ରାଜ୍ୟର ଅଧିବାସୀ | ଓଡିଶାର ପ୍ରସିଦ୍ଧ ସ୍ବଦେଶୀ ହସ୍ତତନ୍ତର ନିପୁଣ କାରୁକାର୍ଯ୍ୟ ଯଥା- ଇକ୍କତ, ସମ୍ବଲପୁରୀ, କୋଟପାଡ଼ା, ପଟ୍ଟଚିତ୍ର ଇତ୍ୟାଦି |
ବୁଣାକାରଙ୍କ ପାଇଁ କର୍ମଯୋଗାଣ
କରୋନା ମହାମାରୀ ଯୋଗୁଁ ଯେଉଁ ବୁଣାକାରମାନେ ଜୀବିକା ହରାଇଥିଲେ, ମାସ୍କ ପ୍ରସ୍ତୁତ ଦ୍ୱାରା ସେମାନଙ୍କୁ ଫଳପ୍ରଦ ଭାବେ କାମ ଓ ନିୟୋଜନ ସୁବିଧା ପ୍ରଦାନ କରାଯାଇଛି | ସ୍ବଦେଶୀ ହସ୍ତତନ୍ତରେ ପ୍ରସ୍ତୁତ ଏହି ମାସ୍କ ସ୍ଥାନୀୟ ବୁଣାକାରମାନଙ୍କଠାରୁ ସଂଗ୍ରହ କରାଯାଇଛି , ଯେଉଁମାନେ ବର୍ଦ୍ଧିତ ତାଲାବନ୍ଦ ଯୋଗୁଁ ଅତ୍ୟନ୍ତ ଅର୍ଥନୈତିକ ଦୂରାବସ୍ଥା ଦେଇ ଜୀବନ ଅତିବାହିତ କରୁଛନ୍ତି l ଘର ତିଆରି ମାସ୍କ ବ୍ୟବହାର ଦ୍ୱାରା ଅନ୍ୟ ରାଜ୍ୟରୁ କଞ୍ଚାମାଲ ଆମଦାନୀ ବଦଳରେ ବୁଣାକାରମାନଙ୍କର ଜୀବିକା ଅର୍ଜନ ପନ୍ଥାକୁ ସାହାଯ୍ୟ କରିବା ସହିତ ଓଡିଶାର ହସ୍ତତନ୍ତକୁ ପ୍ରୋତ୍ସାହନ ମିଳିଛି |
କେବଳ ବୁଣାକାରମାନେ ନୁହନ୍ତି, ସ୍ୱୟଂସହାୟିକାଗୋଷ୍ଠୀ ମଧ୍ୟ ମାସ୍କକୁ ପ୍ରସ୍ତୁତ କରି ଉପକୃତ ହେଉଛନ୍ତି | କାରଣ ଏହି ହସ୍ତତନ୍ତରେ ପ୍ରସ୍ତୁତ ମାସ୍କ ଆଜି ପ୍ରଚଳିତ ରୁଚିରେ ପରିଣତ ହୋଇଛି | ଗ୍ରାମବାସୀ ଓ ସରକାରୀ ପ୍ରୋତ୍ସାହିତ ସମବାୟମାନେ ମଧ୍ୟ ଏହି କାର୍ଯ୍ୟରେ ଯୋଗଦାନ କରି ଏବଂ ଓଡିଶାର ହସ୍ତତନ୍ତ ,କାରୁକାର୍ଯ୍ୟରେ ରୂପାଙ୍କନ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି | ଲୋକମାନେ ଗର୍ବର ସହିତ ଅନଲାଇନ୍ ମାଧ୍ୟମରେ ଏହି ମାସ୍କ ପ୍ରଦର୍ଶନ ସହିତ ସାମାଜିକ ଗଣମାଧ୍ୟମମାନେ ମଧ୍ୟ ଏହାକୁ ଅଧିକ ଲୋକମାନଙ୍କ ପାଖରେ ସହଜରେ ପହଞ୍ଚାଇ ପାରିଛନ୍ତି |
ପ୍ରଲୋଭିତ ନା ? ଆପଣ ମଧ୍ୟ ଗୋଟିଏ ଚାହୁଁଛନ୍ତି କି ? କିମ୍ବା ଅଧିକ ଚାହୁଁଛନ୍ତି ?
ଉତ୍କଳଅମ୍ରିତା
ଉତ୍କଳଅମ୍ରିତା -ସାବତ୍ଏକ୍ସପୋର୍ଟର ଏକ ଉତ୍ପାଦନ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଇକ୍କତ କପଡ଼ାରେ ପ୍ରସ୍ତୁତ ମାସ୍କ ଲୋକମାନଙ୍କ ବ୍ୟବହାର ପାଇଁ ଶୁଭାରମ୍ଭ କରିଥିଲେ | ଡାକ୍ତରୀ ମାସ୍କର ବିକଳ୍ପ ଭାବରେ ଉପଲବ୍ଧ ଏହି ମାସ୍କ ପୁନର୍ବାର ବ୍ୟବହାରଯୋଗ୍ୟ ତଥା ଧୋଇବାଯୋଗ୍ୟ ହେବା ସହିତ ବୁଣାକାରମାନଙ୍କ ଜୀବିକା ଅର୍ଜନ ପନ୍ଥା ଉନ୍ନତ କରାଇବା ମୂଖ୍ୟ ଉଦ୍ଦେଶ୍ୟ |ଥରେ ଚାହିଦା ବୃଦ୍ଧି ହେଲା ପରେ, ଉତ୍କଳଅମ୍ରିତା ବରିଷ୍ଠନାଗରିକମାନଙ୍କୁ ମାର୍ଚ୍ଚର ମଧ୍ୟ ଭାଗରେ ବିନା ମୂଲ୍ୟରେ ମାସ୍କ ବଣ୍ଟନ କରିଥିଲା ଏବଂ ତାର ମାସ୍କର ଚିତ୍ର ଦେଶବ୍ୟାପୀ ତାଲାବନ୍ଦ ପୂର୍ବର ବିଭିନ୍ନ ସାମାଜିକ ଗଣମାଧ୍ୟମ ଦ୍ୱାରା ପ୍ରସାରିତ କରାଯାଇଥିଲା | ଅମ୍ରିତା କହନ୍ତି-"ତାଲାବନ୍ଦ-୧.୦ ସମୟରେ କେବଳ ସାମ୍ବାଦିକମାନଙ୍କୁ କାର୍ଯ୍ୟ ସମ୍ପାଦନା କରିବାକୁ ଅନୁମତି ପ୍ରଦାନ କରାଯାଇଥିବାରୁ ସେମାନେ ଆମ ଅଫିସକୁ ଆସନ୍ତି ଓ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ପାଇଁ ପାଇକାରୀ ସୂତ୍ରରେ ମାସ୍କ କିଣନ୍ତି | ଓଡିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ସଂଘ ଆମକୁ ଉତ୍ସାହିତ କରନ୍ତି | ଉଦ୍ୟୋଗୀମାନଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଅନ୍ୟ କର୍ମକର୍ତ୍ତାମାନଙ୍କ ପାଇଁ ମାସ୍କ ପ୍ରସ୍ତୁତ କରିବା ପାଇଁ ଓ 'ଓଡ଼ିଶାରେ ପ୍ରସ୍ତୁତ ମାସ୍କ' – ‘make in Odisha’ ଆମେ ନୂତନ ଦ୍ରବ୍ୟ ପ୍ରସ୍ତୁତ କରିଲୁ" |
ଉତ୍କଳଅମ୍ରିତା ନୂଆପାଟଣାର ଇକ୍କତ, ପଶାପଲି, କୋଟପାଡା ଓ ଓଡ଼ିଶାର ଅନ୍ୟାନ୍ୟ ହସ୍ତତନ୍ତ ମାସ୍କ ପ୍ରସ୍ତୁତ କରିବାରେ ବ୍ୟବହାର କରେ | ବର୍ତ୍ତମାନ ଏହି ମାସ୍କ ଅନଲାଇନ୍ ମାଧ୍ୟମରେ ଉପଲବ୍ଧ ଏବଂ ୫ ଓ ୭ ଟି ମାସ୍କ ଥିବା ପ୍ୟାକେଟରେ ମଧ୍ୟ ଉପଲବ୍ଧ | "ପୂର୍ବରୁ ଆମେ ସୂତାରେ ମାସ୍କ ପ୍ରସ୍ତୁତ କରୁଥିଲୁ | କିନ୍ତୁ ବର୍ତ୍ତମାନ ଆମେ ଇଲାଷ୍ଟିକ୍ ସହିତ ମଧ୍ୟ ମାସ୍କ ତିଆରି କରୁଛୁ ଓ ସେହି ମୂଲ୍ୟରେ ବିକ୍ରି କରୁଛୁ " | ଆମ ଉତ୍ପାଦର ଚିତ୍ର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ଦ୍ୱାରା ବାହାର ରାଜ୍ୟରେ ଆମ ଉତ୍ପାଦନର ଚାହିଦା ବୃଦ୍ଧି ହେବାରେ ଲାଗିଲା ଓ ଆମର ଉତ୍କଳଅମ୍ରିତାର ବ୍ରାଣ୍ଡ୍ ଅଧିକ ଲୋକପ୍ରିୟ ହେବାରେ ଲାଗିଲା | ଆମେ ପୂର୍ବରୁ ଡାକ ମାଧ୍ୟମରେ ପ୍ରେରଣ କରୁଥିଲୁ | ଯେହେତୁ ରପ୍ତାନୀର ଚୟନ ସୀମିତ ଥିଲା | ଥରେ ରପ୍ତାନୀ ଆରମ୍ଭ ହେଲା ପରେ ଆମେ ଅନଲାଇନ୍ ମାଧ୍ୟମରେ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଲୁ | ସେମାନେ ମଧ୍ୟ ଦୁଇଟି ଭିନ୍ନ କପଡ଼ାରେ ଉଭୟ ପଟ ମାସ୍କ ପ୍ରସ୍ତୁତ କରୁଛନ୍ତି |
କପଡା- ସମସ୍ତ ଓଡିଶା ହସ୍ତତନ୍ତ କପଡା
ମୂଲ୍ୟ- ଟ୨୫ (ପାଇକାରୀ ) - ଟ୯୬୦(ଏକକ ମାସ୍କଠାରୁ ଆରମ୍ଭ କରି ୫ ଏବଂ ୭ ପ୍ୟାକ୍ ପର୍ଯ୍ୟନ୍ତ)
ପ୍ରାପ୍ତି ସ୍ଥାନ- https://utkalamrita.com/collections/odisha-ikat-masks
ଓରମାସ (ଓଡିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସମାଜ )
୧୫୦ ଟି ସ୍ୱୟଂସହାୟକଗୋଷ୍ଠୀମାନଙ୍କୁ କର୍ମ ଦେବା ସହିତ ମୁଖମଣ୍ଡଳ ମାସ୍କର ଅଭାବ ପରିସ୍ଥିତିକୁ ସମ୍ମୁଖୀନ କରି ଓରମାସ ଭ୍ରାମ୍ୟମାଣ ଗାଡ଼ିରେ ମାସ୍କ ବିକ୍ରି କେନ୍ଦ୍ର ପ୍ରତିଷ୍ଠା କରିଲା | ଧୋଇବାଯୋଗ୍ୟ କପଡ଼ାରେ ପ୍ରସ୍ତୁତ ଏହି ମାସ୍କ ଖଣ୍ଡ ପିଛା ଟ ୧୫ ରେ ବିକ୍ରି ହେଲା | ଓରମାସ ମଧ୍ୟ ୪୦ ଦିନ ମଧ୍ୟରେ ୧୮ ଲକ୍ଷ କପଡ଼ା ମାସ୍କ ବିକ୍ରି କରି କୀର୍ତ୍ତି ଅର୍ଜନ କରିପାରିଛି | ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ତାଲିମ ପ୍ରଦାନ କରାଗଲା ଓ ସେମାନଙ୍କୁ କଞ୍ଚାମାଲ ସଂଗ୍ରହ କରିବା ପାଇଁ ଓ ସ୍ୱଳ୍ପ ସମୟ ମଧ୍ୟରେ ମାସ୍କ ପ୍ରସ୍ତୁତ କରିବା ପାଇଁ ସମସ୍ତ ସୁବିଧାର ବ୍ୟବସ୍ଥା କରାଯାଇଥିଲା | ଏହି ମାସ୍କଗୁଡିକ ବଜାରରେ ବିକ୍ରି ହେବା ସହିତ ସ୍ଥାନୀୟ ବେସରକାରୀ ଅନୁଷ୍ଠାନ, ସରକାରୀ ପ୍ରତିଷ୍ଠାନ, କଲ୍ୟାଣ କେନ୍ଦ୍ର, କର୍ପୋରେଟ୍ ପ୍ରତିଷ୍ଠାନ ଓ ଅନ୍ୟମାନେ ମଧ୍ୟ ମାସ୍କ କ୍ରୟ କରିଲେ | ଶ୍ରୀ ଯେ.କେ.ବାରିକ ଉପ ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ (ପ୍ରଦର୍ଶନୀ) ଓରମାସଙ୍କ ମତରେ ଏହି ମାସ୍କଗୁଡିକ ଶତ ପ୍ରତିଶତ ବିଭିନ୍ନ ଜିଲ୍ଲା ଯଥା- କଟକ, ଖୋର୍ଦ୍ଧା, ସମ୍ବଲପୁର, ବାଲେଶ୍ୱର, ପୁରୀ, ଇତ୍ୟାଦିର ସ୍ୱୟଂସହାୟକଗୋଷ୍ଠୀମାନଙ୍କଠାରୁ ସଂଗ୍ରହ କରାଯାଇଛି | ଆମେ ଏକ ପ୍ରମୁଖ ସ୍ୱୟଂସହାୟକଗୋଷ୍ଠୀ ଚୟନ କରିଥିଲୁ, କଞ୍ଚାମାଲ ସଂଗ୍ରହ କରିବା ପାଇଁ | କେବଳ ପ୍ରସ୍ତୁତ ଖର୍ଚ୍ଚରେ ମାସ୍କ ବିକ୍ରୟ କରାଯାଇଛି | ଲାଭାଂଶ ସ୍ୱୟଂସହାୟକଗୋଷ୍ଠୀମାନଙ୍କୁ ବଣ୍ଟନ କରାଯାଉଛି | ଏହି ମାସ୍କଗୁଡିକର ଘରେ ବିଶୋଧନ କରି କିପରି ଏହି ମାସ୍କଗୁଡିକୁ ଠିକ ଭାବରେ ବ୍ୟବହାରଯୋଗ୍ୟ ହୋଇପାରିବ, ସେ ବିଷୟରେ ଆମେ ବିକ୍ରୟ ସମୟରେ ଲୋକମାନଙ୍କୁ ବୁଝାଇଥାଉ | ଏହି ମାସ୍କ ବିକ୍ରୟ କରି ଆମେ ୨ କୋଟି ଟଙ୍କାର ବ୍ୟବସାୟ କରିଅଛୁ |
କପଡା- ସୂତା ଲୁଗା
ମୂଲ୍ୟ-ଟ୧୫-୫୦
କେଉଁଠି ମିଳିବ - http://www.mayurshilpacraft.com/
ବିବାଭରୀ
କପଡା ଡିଜାଇନର୍ ଜ୍ୟୋସ୍ନା ଦାଶ ଡାକ୍ତରୀ ମାସ୍କ ବ୍ୟବହାର କରିଲା ବେଳେ ଅସୁବିଧା ଅନୁଭବ କଲେ | ସେ ମାସ୍କ ପାଇଁ ଥିବା ଚାହିଦାକୁ ସୁଯୋଗରେ ପରିଣତ କରି ମାସ୍କ ଉତ୍ପାଦନ କରିବା ପାଇଁ ନିଷ୍ପତି ନେଲେ | ଏହା ସହିତ ତାଙ୍କ ବ୍ୟବସାୟୀକ କେନ୍ଦ୍ର "ବିବାଭରୀ" ରେ କାର୍ଯ୍ୟ କରୁଥିବା ବୁଣାକାରମାନଙ୍କ ନିଯୁକ୍ତିର ସୁଯୋଗ ସ୍ତୃଷ୍ଟି କରିପାରିଲେ | ତାଙ୍କ ଦ୍ୱାରା ଉତ୍ପାଦିତ ମାସ୍କ ଖଦି,ବ୍ଲକ ପ୍ରିଣ୍ଟ, ଇତ୍ୟାଦିରେ ପ୍ରସ୍ତୁତ | ଏଗୁଡିକ ସବୁ ପୁଣି ଥରେ ବ୍ୟବହାରଯୋଗ୍ୟ, ଧୋଇବାଯୋଗ୍ୟ ଓ କପଡାରେ ପ୍ରସ୍ତୁତ | ପ୍ରାରମ୍ଭରେ ତାଙ୍କ ନିଜ ପାଇଁ ଓ ତାଙ୍କ ପରିବାରର ଅନ୍ୟ ସଦ୍ୟସମାନଙ୍କ ପାଇଁ ମାସ୍କ ପ୍ରସ୍ତୁତ ହୋଇଥିଲା | ଲୋକମାନେ ତାଙ୍କୁ ସେହିଭଳି ମାସ୍କ ଅଧିକ ପ୍ରସ୍ତୁତ କରିବାକୁ ଅନୁରୋଧ କରିଲା ପରେ ଓ ସେମାନେ ମାସ୍କର ମୂଲ୍ୟ ଦେଲା ପରେ ସେ ଅଧିକ ସଂଖ୍ୟକ ମାସ୍କ ଉତ୍ପାଦନ ଶୁଭାରମ୍ଭ କରିଥିଲେ | ଲୋକମାନଙ୍କର ଆଗ୍ରହ ଏତେ ଥିଲା ସେ ମାସ୍କ ଉତ୍ପାଦନ ତ୍ଵରାନିତ କରିଥିଲେ ଓ ସମସ୍ତ ହସ୍ତତନ୍ତରେ ଯେଉଁଠି ସେ କାର୍ଯ୍ୟ କରୁଥିଲେ, ସେଠାରେ ମାସ୍କ ଉତ୍ପାଦନ ବିତରଣ କରିଥିଲେ | ତାଙ୍କ ଦଳ ୫୦୦ ମାସ୍କ ଟ୍ରାଫିକ୍ କର୍ମଚାରୀମାନଙ୍କୁ, କଳାକାର, ବିଦ୍ୟାଳୟ, ବ୍ୟାଙ୍କମାନଙ୍କରେ ବିତରଣ କରିଥିଲେ | ସେ କହନ୍ତି -"ମୋ ପାଖରେ ଯେତେ କଞ୍ଚାମାଲ ଥିଲା, ସେ ସବୁକୁ ବ୍ୟବହାର କରି ମାସ୍କ ଉତ୍ପାଦନ କରିବାକୁ ପଡିଥିଲା | ଲୋକମାନେ ଅଳ୍ପ କିଛି ମାସ୍କ ନେଲେ ଓ ପରବର୍ତ୍ତୀ ସମୟରେ ଅଧିକ ମାସ୍କ ପାଇଁ ବରାଦ ଦେଇଥିଲେ | ଯେହେତୁ ବର୍ତ୍ତମାନ ସମୟରେ ମାସ୍କ ସହିତ ଆମକୁ ବଞ୍ଚିବାକୁ ହେବ, ସହଜରେ ନିଶ୍ୱାସ ନେଇହେଉଥିବା ଓ ପୁନର୍ବାର ବ୍ୟବହାରଯୋଗ୍ୟ ମାସ୍କର ରୂପରେଖ ପ୍ରସ୍ତୁତ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ | ମାସ୍କ ଶସ୍ତାରେ ଉପଲବ୍ଧ | କିନ୍ତୁ ଉତ୍ତମ କାରିଗରୀ କାମ ଓ ସୁନ୍ଦର ଭାବରେ ସିଲେଇ କାମ ବେଶୀ ଦିନ କାର୍ଯ୍ୟ ପାଇଁ ଅତ୍ୟନ୍ତ ଜରୁରୀ | ବୁଣାକାରମାନଙ୍କୁ ତାଲିମ ପ୍ରଦାନ କରିବାକୁ ପଡିଥିଲା | କିନ୍ତୁ ଶେଷରେ ସେମାନେ ମାସ୍କ ପ୍ରସ୍ତୁତ କରିପାରିଲେ" | ଏହି ମାସ୍କର ଲୋକପ୍ରିୟତା ବୃଦ୍ଧି ପାଇବା ପରେ ଜ୍ୟୋସ୍ନା ଅଧିକ କର୍ମଚାରୀମାନଙ୍କୁ ତାଙ୍କ ଉତ୍ପାଦନ କେନ୍ଦ୍ରରେ ତାଲାବନ୍ଦ ପରେ ନିୟୋଜିତ କରିଥିଲେ |
କପଡା-ଖଦୀ, ବ୍ଲକ ପ୍ରିଣ୍ଟ, ସମ୍ବଲପୁରୀ
ମୂଲ୍ୟ-ଟ୪୦-୧୦୦
ପ୍ରାପ୍ତି ସ୍ଥାନ- https://www.facebook.com/Bivabari2017/
ଆଇମା
ଡାକ୍ତରୀ ମାସ୍କର ସୀମିତ ଉପଲବ୍ଧ ଓ ଅଭାବ ପରିପ୍ରେକ୍ଷୀରେ ପ୍ରଥମେ ପରିବାରର ସଦସ୍ୟମାନଙ୍କ ପାଇଁ ମାସ୍କ ସିଲେଇ କରିବା, ପରବର୍ତ୍ତୀ ସମୟରେ ଏକ ସମ୍ପୂର୍ଣ୍ଣ ମାସ୍କ ଉତ୍ପାଦନ ଶିଳ୍ପରେ ପରିଣତ ହୋଇ ବହୁତ ସିଲେଇ କାରିଗରୀମାନଙ୍କ ଜୀବିକା ଅର୍ଜନର ପନ୍ଥା ହୋଇପାରିଛି | ଅନ୍ୟମାନଙ୍କ ପରି ଆଇମା ପାଖରେ ପର୍ଯ୍ୟାପ୍ତ କଞ୍ଚାମାଲ ନଥିଲା | ଆଇମା ଏକ ଲୋକପ୍ରିୟ ପୋଷାକ ଉତ୍ପାଦନକାରୀ କେନ୍ଦ୍ର ଭାବେ ମଧ୍ୟ କଳ୍ପନା କରାଯାଇନଥିଲା | ପୂର୍ଣ୍ଣିମା ସିଂହ, ଆଇମାର ପ୍ରତିଷ୍ଠାତା, କହନ୍ତି" ଯେତେବେଳେ, ଆମେ ଦେଖିଲୁ ନିଶ୍ୱାସ ନେବା ଉପଯୋଗୀ ମାସ୍କର ଚାହିଦା ଅଧିକ ହେବାରେ ଲାଗିଲା ଓ ସେଥିପାଇଁ ଆବଶ୍ୟକ ବଜାର ବ୍ୟବସ୍ଥା ଉପଲବ୍ଧି ଅଭାବ ପରିପ୍ରେକ୍ଷୀରେ ଆମେ ମାସ୍କ ଉତ୍ପାଦନକାରୀ କେନ୍ଦ୍ରରେ ପରିଣତ କରିଲୁ” | ଆହୁରି ମଧ୍ୟ ସିଙ୍ଗ୍ "ଚେଷ୍ଟା " ନାମକ ଏକ ବେସରକାରୀ, ସ୍ବେଚ୍ଛାସେବୀ ସଂସ୍ଥା ପରିଚାଳନା କରୁଛନ୍ତି , ଯେଉଁଠି ସିଲେଇ କାମ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଉଛି | ସେ କହନ୍ତି "ଆମେ ତରୁଣ ବେକାରୀ ମହିଳାମାନଙ୍କୁ ବ୍ୟାଗ୍ ସିଲେଇ କରିବାରେ ପୂର୍ବରୁ ତାଲିମ ପ୍ରଦାନ କରିଥିଲୁ | ମାସ୍କ ପାଇଁ ଚାହିଦା ଆକାଶ ଛୁଆଁ ହେବା ଫଳରେ ଆମେ ନିମ୍ନ ଆୟକାରୀ ବର୍ଗର ମହିଳାମାନଙ୍କୁ ମାସ୍କ ପ୍ରସ୍ତୁତ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ନିଷ୍ପତି ନେଲୁ" | ମାସ୍କରେ ସମ୍ବଲପୁରୀ ହସ୍ତତନ୍ତ, କଲାମକାରୀ, ପଶାପାଲୀ, ସୂକ୍ଷ୍ମ କପଡାରେ ପ୍ରସ୍ତୁତ ଯାହାକି ଦୀର୍ଘ ଦିନ ପାଇଁ ବ୍ୟବହାରଯୋଗ୍ୟ | ନିଶ୍ୱାସ ପ୍ରଶ୍ୱାସ ନେବା ଉପଯୋଗୀ ଡିଜାଇନ୍ ର ମାସ୍କ ବର୍ତ୍ତମାନ ଅଭିଜାତ୍ୟର ପରିଭାଷା ହୋଇଯାଇଛି | ଏପରିକି ବ୍ଲାଉଜ୍ କପଡାରେ ମାସ୍କ ପ୍ରସ୍ତୁତ କରିବା ପାଇଁ ଆଇମାକୁ ବରାଦ ଆସୁଅଛି ଯାହାକି ଶାଢ଼ୀ, ଡ୍ରେସ୍ ଓ ବ୍ଲାଉଜ୍ ସହିତ ମେଳ ଖାଇ ସୁନ୍ଦର ଦେଖାଯିବ | କେତେକ ଲୋକ ଏମ୍ବ୍ରୋଡେରି ବା ସୂତା କାମ ଓ ତାଙ୍କର ନାମର ପ୍ରଥମ ଅକ୍ଷର ମାସ୍କରେ ସିଲେଇ କରିବା ପାଇଁ ମଧ୍ୟ ବରାଦ ଦେଉଛନ୍ତି, ଯାହା ଫଳରେ ଆଇମା ଗ୍ରାହକମାନଙ୍କ ପସନ୍ଦ ଅନୁସାରେ ମାସ୍କ ପ୍ରସ୍ତୁତ କରିଲେ | ସୀମିତ ବଜାର ଉପଲବ୍ଧି ସତ୍ତ୍ୱେ ଏହି ପ୍ରୟାସ ଯେଉଁ ପରିବାର ମହାମାରୀରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ତାଙ୍କୁ କାମ କରିବାର ସୁଯୋଗ ପ୍ରଦାନ କରିଛି |
କପଡା- ସୂତା, ପଶାପାଲୀ, ସମ୍ବଲପୁରୀ ହସ୍ତତନ୍ତ, କଲାମକାରୀ
ମୂଲ୍ୟ- ଟ୫୦ - ୨୦୦
ପ୍ରାପ୍ତିସ୍ଥାନ- https://www.instagram.com/love_aaima/
ସାମ୍ବାଲିକା
ଏହି ସମ୍ବଲପୁରୀ ମାସ୍କଗୁଡିକ ପ୍ରିଣ୍ଟରେ ସୃଜନଶୀଳ ଓ ଅଭିନବ ସୂଚୀକାର୍ଯ୍ୟରେ ପ୍ରସ୍ତୁତ ଯାହାକି ସମ୍ବଲପୁରୀ ହସ୍ତତନ୍ତକୁ ପ୍ରତିଫଳନ କରେ | ପ୍ରତିଷ୍ଠାତା ଶ୍ରୀ ସମ୍ବିତ କର କୁହନ୍ତି ଯେ ଯଦିଓ ସମ୍ବଲପୁରୀ କଳା ଓ ହସ୍ତଶିଳ୍ପ କାରିଗରୀରେ ପ୍ରସ୍ତୁତ ଏହି ଅଞ୍ଚଳ ପାଇଁ ନୂତନ, ଏହି ମାସ୍କ ବହୁତ ଲୋକପ୍ରିୟତା ଅର୍ଜନ କରିପାରିଛି | ସେ କହନ୍ତି "ମହାମାରୀ ପାଇଁ ବହୁତ ପ୍ରାପ୍ୟ ଓ କଞ୍ଚାମାଲ ପଡ଼ିରହିଛି | ଆମକୁ କିଛି ଅଭିନବ ଉପାୟକୁ ଆପଣାଇବାକୁ ହେବ ଯାହାକି ହସ୍ତତନ୍ତ | କପଡାର ବିନିଯୋଗ ଓ ଲୋକମାନଙ୍କ ମନକୁ ସ୍ପର୍ଶ କରିପାରିବ | କେବଳ ସେତିକି ନୁହେଁ, ସେ କୋଭିଡ-୧୯ ର ସଚେତନତା ପୋଷ୍ଟର ଓଡ଼ିଆ ଭାଷାରେ ପ୍ରସ୍ତୁତ କରିଲେ ଯାହା ଫଳରେ ଲୋକମାନେ ମାସ୍କ ବ୍ୟବହାରର ଗୁରୁତ୍ୱ ଉପଲବ୍ଧି କରିପାରିବେ | "ଯେଉଁମାନେ ମୂଲ୍ୟ ଦେଇ ମାସ୍କ କ୍ରୟ କରିପାରିନଥିଲେ, ଆମେ ସେମାନଙ୍କୁ ବିନାମୂଲ୍ୟରେ ମାସ୍କ ବିତରଣ କରିଥିଲୁ" | ପରବର୍ତ୍ତୀ ସମୟରେ ମୁଁ କପଡା ଓ ସିଲେଇ କରିବା ଦ୍ରବ୍ୟ ମୋର କେନ୍ଦ୍ରକୁ ପ୍ରଦାନ କରିଥିଲି ଯେତେବେଳେ ଅଧିକ ଲୋକ ଆମର ମାସ୍କ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ | ପ୍ରାୟ ୩୦୦ ବୁଣାକାରମାନଙ୍କଠାରୁ ସମ୍ବଲପୁରୀ କପଡା କିଣି ଗ୍ରାହକମାନଙ୍କ ବରାଦ ବା ପସନ୍ଦ ମୁତାବକ ମାସ୍କ ସାମ୍ବାଲିକା ପ୍ରସ୍ତୁତ କରିଲା | ଶସ୍ତା କପଡା ପୁନର୍ବାର ବ୍ୟବହାର କରିହେବ ନାହିଁ | ଆମେ ସେହି କପଡା ଆବଶ୍ୟକ କରୁଥୁଲୁ ଯାହାକି ସୁଲଭ ମୂଲ୍ୟରେ ଉପଲବ୍ଧ, ପସନ୍ଦ ଅନୁସାରେ ପ୍ରସ୍ତୁତ କରିହେବ ଓ ଦେଖିବାକୁ ସୁନ୍ଦର | ସାମ୍ବାଲିକା ଗ୍ରାଫିକ୍ ସୂତ୍ରର ଏକ ପ୍ରୟାସ ଭାବରେ ଆରମ୍ଭ ହୋଇଥିଲା | ଏବଂ ଅନଲାଇନ୍ ମାଧ୍ୟମରେ ସମ୍ବଲପୁରୀ କପଡା, ହସ୍ତତନ୍ତ ଓ ଅନ୍ୟ ଉତ୍ପାଦନର ବିକ୍ରୟ କେନ୍ଦ୍ର | ଏହି ବ୍ରାଣ୍ଡ୍ ମଧ୍ୟ ବିଶ୍ୱ କଳା ସମୂହ ସହିତ ଅନୁବନ୍ଧିତ ହୋଇ ସାରା ଭାରତରେ ବିକ୍ରି ବ୍ୟବସ୍ଥା କରାଯାଇଛି | ଏହା ଆମର ହସ୍ତତନ୍ତକୁ ଲୋକଙ୍କ ନିକଟତ୍ତର କରିବାରେ ସାହାଯ୍ୟ କରିବ ଏବଂ ଆମର ବୁଣାକାରମାନଙ୍କୁ ଏହି କଷ୍ଟସାଧ୍ୟ ସମୟରେ ସାହାଯ୍ୟ କରିବ |
କପଡା-ସମ୍ବଲପୁରୀ କପଡା
ମୂଲ୍ୟ-ଟ୪୦-୭୦
ପ୍ରାପ୍ତି ସ୍ଥାନ- https://www.instagram.com/sambalika_the_new_innovation/
ଗାଲାଙ୍ଗ ଗବାନ
ଓଡିଶାର ଆଦିବାସୀ କଳା ପ୍ରତି ଲୋକଙ୍କ ଆଗ୍ରହକୁ ବିଚାର କରି ଲିପସା ହେମ୍ବ୍ରମ୍, ସIନ୍ଥIଳୀ ଗୋଷ୍ଠୀର ଖ୍ୟାତାନାମା ବସ୍ତ୍ର ଶିଳ୍ପୀ ଆଦାସୀଙ୍କ ପରାମର୍ଶକ୍ରମେ ମାସ୍କ ଉତ୍ପାଦନ ବ୍ୟବସାୟ / ଉଦ୍ୟମ ଆରମ୍ଭ କରିଥିଲେ I ମୁଁ ଭାବିଲି ଆଦିବାସୀ ଲୋକକଳା ଉପରେ ଆଧାରିତ ମାସ୍କକୁ ଲୋକଲୋଚନକୁ ଆଣିବI ପାଇଁ ଏକ ଅପୂର୍ବ ସୁଯୋଗ I I ମୁଁ ଭାବିଲି କେବଳ କୋଟପାଡ଼Iର ଆଦିବାସୀ ଲୋକକଳା ବ୍ୟବହାର କରିବା ପାଇଁ | କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ଆଦିବାସୀ ଚିତ୍ର ସ୍ଥାନ ଦେବା ପାଇଁ ଚିନ୍ତା କଲି I ଆମ ମାସ୍କ ଓଡ଼ିଶାର ଆଦିବାସୀ ଲୋକକଳାକୁ ପ୍ରତିଫଳନ କରୁଥିବା ହସ୍ତଚିତ୍ରିତ I ଅନ୍ୟମାନଙ୍କ ଭଳି, ତାଙ୍କ ମାସ୍କ ସIନ୍ଥIଳୀ ଶାଢ଼ୀର ଛୋଟ ଛୋଟ ଖଣ୍ଡରେ ପ୍ରସ୍ତୁତ ନୁହେଁ I ସେ ତାଙ୍କ ବାପାଙ୍କ ସାହାଯ୍ୟ ନେଇ ସIନ୍ଥIଳୀ ହସ୍ତଲିପିକୁ ମାସ୍କରେ ସ୍ୱତନ୍ତ୍ର ଭାବେ ଚିତ୍ରିତ କରିଥିଲେ, ସେହି ହସ୍ତଲିପି ଗୋଟିଏ ଚିତ୍ର ଭଳି ମତେ ଦେଖାଗଲା | ଯାହା ଆମେ ମାସ୍କରେ ଚିତ୍ରିତ କରିଲୁ, ତାହା ସIନ୍ଥIଳୀ ହସ୍ତଲିପି ଥିଲା I ଏପରିକି ମୁଁ ସIନ୍ଥIଳୀ ଭାଷା ଲେଖିବା ବା ପଢିବା ଜାଣିନଥିଲି I ଏହା କେବଳ ତାଙ୍କୁ ସIନ୍ଥIଳୀ ଭାଷା ଶିକ୍ଷା କରିବାର ସୁଯୋଗ ଦେଇନଥିଲା, ତା ସହିତ ସIନ୍ଥIଳୀ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଉପାୟ ମଧ୍ୟ ଯୋଗାଇ ଦେଇଥିଲା I ସେ ମଧ୍ୟ ବଳକା କପଡାଗୁଡିକୁ ମାସ୍କ ପ୍ରସ୍ତୁତ କରିବାରେ ବ୍ୟବହାର କରିଥିଲେ, ନିଜ ହାତରେ ଚିତ୍ର କରିଥିଲେ ଓ ତାହା ତାଙ୍କୁ ମାନସିକ ଅବସାଦ ପରିସ୍ଥିତିକୁ ପ୍ରତିହତ କରିବାରେ ସାହାଯ୍ୟ କରିଥିଲା | "ବର୍ତ୍ତମାନ ମୁଁ ସକାରାତ୍ମକ ଉତ୍ତର ପାଇବା ଫଳରେ ଆମେ ମାସ୍କ ପ୍ରସ୍ତୁତ କରିବା ପାଇଁ ବରାଦ ଗ୍ରହଣ କରୁଛୁ | ମୋତେ ବହୁତ ସମୟ ଚିତ୍ର କରିବାରେ ଅତିବାହିତ କରିବାକୁ ପଡୁଛି କାରଣ ସIନ୍ଥIଳୀ ହସ୍ତଲିପି ଛାପା ହେବାର ବ୍ୟବସ୍ଥା ଉପଲବ୍ଧ ହେଉନାହିଁ | ମୋତେ ଅଳ୍ପ କେତେଜଣ ଶିକ୍ଷାଧୀନ ଛାତ୍ର /ଛାତ୍ରୀ ସାହାଯ୍ୟ କରୁଛନ୍ତି, ଯେହେତୁ ବୁଣାକାରମାନେ ବର୍ତ୍ତମାନ କାମ କରିବାକୁ ଆସିପାରୁନାହାନ୍ତି |
କପଡା-କୋଟପାଡା-ସIନ୍ଥIଳୀ ହସ୍ତଲିପିର ହସ୍ତ ଚିତ୍ରିତ |
ମୂଲ୍ୟ-ଟ୧୨୦-୧୫୦
ପ୍ରାପ୍ତିସ୍ଥାନ- https://www.instagram.com/galang.gabaan/
Comments