![](https://static.wixstatic.com/media/9bb9e9_e822b90fc8e14a32afe41ea25de39842~mv2.jpeg/v1/fill/w_980,h_536,al_c,q_85,usm_0.66_1.00_0.01,enc_auto/9bb9e9_e822b90fc8e14a32afe41ea25de39842~mv2.jpeg)
ରଥଯାତ୍ରା ୨୦୨୦ ଏକ ଭିନ୍ନ ଶୈଳୀରେ ଅନୁଷ୍ଠିତ ହୋଇଥିଲା - ଏକ ଅନିଶ୍ଚିତତା, ଦ୍ଵନ୍ଦ ଓ ବହୁତ ଗୁଡିଏ ବିବାଦର | ସମାନ ସଦୃଶ ରଥ ନିର୍ମାଣ ହେଲା, ମେ ମାସ ୭ ତାରିଖରେ ଭାରତ ସରକାରଙ୍କ ଗୃହମନ୍ତ୍ରଣାଳୟର ଅନୁମତି ପ୍ରାପ୍ତ ପରେ ସମସ୍ତ ଆୟୋଜନ କରାଗଲା - ରାଜ୍ୟ ଓ ଭକ୍ତମାନେ ଅତ୍ୟନ୍ତ ଉତ୍କଣ୍ଠାର ସହିତ ଦ୍ବନ୍ଦର ସମାଧାନ ପାଇଁ ଅପେକ୍ଷା କରିଥାନ୍ତି | ରଥଯାତ୍ରା ପ୍ରବଳ ଜନସମୂଦ୍ରର ଉତ୍ସବ, ୪ କୋଟି ଲୋକ ବଡ଼ଦାଣ୍ଡରେ ରୁଣ୍ଡ ହୁଅନ୍ତି ତିନି ଠାକୁରଙ୍କ ଅଲୌକିକ ଦର୍ଶନ ଟିକିଏ ପାଇଁ |ରଥଯାତ୍ରା ଆୟୋଜନର ନିଷ୍ପତ୍ତି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦୋଳାୟମାନ ଅବସ୍ଥାରେ ଥିଲା |
ଶେଷରେ ଦୁଇ ମାସ ଧରି ବିଚାର ଆଲୋଚନା ଓ ‘ପ୍ରତୀକ୍ଷା' ନୀତି ଅବଲମ୍ବନ କରିଲା ପରେ, ରଥଯାତ୍ରାର ଠିକ୍ ଏକ ସପ୍ତାହ ପୂର୍ବରୁ ଜୁନ୍ ମାସ ୧୮ ତାରିଖ ଦିନ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ରଥଯାତ୍ରା ସମୟରେ ଅବଶ୍ୟମ୍ଭାବୀ ଜନସାଧାରଣ କୋଭିଡ ମହାମାରୀ ବ୍ୟାପି ଯିବାର ଆଶଙ୍କା ରଖି ରଥଯାତ୍ରା ଉପରେ ରହିତାଦେଶ ଜାରି କରିଥିଲେ | ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶ ପରେ ବହୁତ ପ୍ରତିବାଦ ଦେଖାଦେଇଥିଲା ଓ ନିର୍ଦ୍ଦେଶର ପୁନଃବିଚାର ପାଇଁ ଆବେଦନ କରାଯାଇଥିଲା | ଶେଷରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହଦେବ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ଉତ୍ସବ ବାତିଲ ନିର୍ଦ୍ଦେଶର ପରିବର୍ତ୍ତନ ପାଇଁ ଉଚ୍ଚତମ ନ୍ୟାୟାଳୟକୁ ଯିବା ପାଇଁ ଅନୁରୋଧ କରିଥିଲେ | ଜୁନ୍ ୨୨ ତାରିଖ, ଉତ୍ସବର ଠିକ୍ ଗୋଟିଏ ଦିନ ପୂର୍ବରୁ ଅତ୍ୟନ୍ତ କଡା କଟକଣା ସହିତ ଭକ୍ତଙ୍କ ବିନା କେବଳ ପୁରୀରେ ରଥଯାତ୍ରା ଉତ୍ସବ କରିବା ପାଇଁ ଅନୁମତି ଦେଇଥିଲେ |
ତେଣୁ ଚଳିତ ବର୍ଷ, ରଥ ଟାଣିବା ପାଇଁ ବା ରଥ ଉପରେ ତିନି ଠାକୁରଙ୍କ ଦର୍ଶନ ପାଇବା ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାଗମ ହେବ ନାହିଁ | ଚଳିତ ବର୍ଷ, ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଭକ୍ତଙ୍କ ବିନା ଅନୁଷ୍ଠିତ ହୋଇଥିଲା - ଐତିହାସିକ ବିଚ୍ୟୁତି ବା ଭିନ୍ନ ପରମ୍ପରା | ସମ୍ପୂର୍ଣ୍ଣ ଉତ୍ସବ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଟେଲିଭିଜନ ମାଧ୍ୟମରେ ସିଧାପ୍ରସାରଣ କରାଯାଇଥିଲା | ଐତିହାସିକ ଅନିଶ୍ଚିତତା ମଧ୍ୟରେ ଏବଂ ମହାମାରୀ ଓ ପୁରୀରେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଏହା ସ୍ପଷ୍ଟ ଯେ ଚଳିତ ବର୍ଷ ଜୁନ୍ ୨୩ ତାରିଖରେ ବଡଦାଣ୍ଡ ଭକ୍ତଙ୍କ ବିନା ‘ଜୟ ଜଗନ୍ନାଥ’ ର ଗୁଞ୍ଜନ ଆଉ ଶୁଣି ପାରିବ ନାହିଁ |
କ’ଣ ହେଲା ?
![](https://static.wixstatic.com/media/9bb9e9_13fa0978832e476ba3f8cf40395b6d32~mv2.png/v1/fill/w_980,h_653,al_c,q_90,usm_0.66_1.00_0.01,enc_auto/9bb9e9_13fa0978832e476ba3f8cf40395b6d32~mv2.png)
ପ୍ରାୟ ଦୁଇ ମାସ ହେବ କୋଭିଡ-୧୯ ମହାମାରୀ ଦୃଷ୍ଟିରୁ ପ୍ରଶାସନ ରଥଯାତ୍ରା ଉତ୍ସବ ପାଳନ ବିଷୟରେ ଅବିଶ୍ରାନ୍ତ ଅନିଶ୍ଚିତତା ମଧ୍ୟରେ ଥିଲା | ଏହି ଅନିଶ୍ଚିତତା ଯାହା ଏପ୍ରିଲ ମାସରେ ଆରମ୍ଭ ହୋଇଥିଲା ତାହା ବହୁତ ଦିନ ପର୍ଯ୍ୟନ୍ତ ଗଡି ଚାଲିଲା, କାରଣ କେନ୍ଦ୍ର ସରକାର ଏହି ବିଷୟରେ ହସ୍ତକ୍ଷେପ କରିବା ପାଇଁ ରାଜି ହେଲେ ନାହିଁ ଓ ରାଜ୍ୟ ସରକାରର ନିଷ୍ପତ୍ତି ଉପରେ ଛାଡିଦେଲେ | ପୁରୀ ଗଜପତି ମହାରାଜା ଦିବ୍ୟସିଂହଦେବ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ପରିଚାଳନା ପରିଷଦର କର୍ମକର୍ତ୍ତା ଓ ଅଧିକାରୀଙ୍କ ସହ ବୈଠକମାନ କରାଇଥିଲେ ଓ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସହିତ ପରାମର୍ଶ ମଧ୍ୟ କରିଥିଲେ | ଏହା ସ୍ପଷ୍ଟ ଥିଲା ଯେ ରଥଯାତ୍ରା ସହିତ ଅନୁବନ୍ଧିତ କୌଣସି ବିଧିବିଧାନର ପରିବର୍ତ୍ତନ ହୋଇପାରିବ ନାହିଁ | କିନ୍ତୁ, ବିଧିବିଧାନ ପାଳନର ସ୍ଥାନର ପରିବର୍ତ୍ତନ ପାଇଁ ଶଙ୍କରାଚାର୍ଯ୍ୟ ଉପଦେଶ ଦେଇଥିଲେ | ସାମାଜିକ ଦୂରତାର ନିୟମ ଓ ତାଲାବନ୍ଦର ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି କେତେକ ବିଧିବିଧାନ ଯାହାକି ସାଧାରଣ ଦର୍ଶନ ସ୍ଥାନରେ ହେଉଥିଲା, ସେଗୁଡିକ ମେଘନାଦ ପ୍ରାଚୀର ଭିତର ପଟେ ମନ୍ଦିର ପରିସରରେ ଅନୁଷ୍ଠିତ ହେଲା | ରଥଯାତ୍ରା ଯାହାକି ବିଶ୍ୱର ସବୁଠାରୁ ବୃହତ ଭକ୍ତ ସମାବେଶ ଉତ୍ସବ, ସେହି ସମ୍ପର୍କରେ କୋଭିଡ-୧୯ ର ପରିବର୍ତ୍ତିତ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ପ୍ରଶାସନ କୌଣସି ନିଷ୍ପତ୍ତି ନେଲେ ନାହିଁ |
ରଥଯାତ୍ରା ୨୦୨୦ ହେବ ନାହିଁ !!
![](https://static.wixstatic.com/media/9bb9e9_cae4f269e2fa4cd9bea06439d34d4530~mv2.png/v1/fill/w_980,h_653,al_c,q_90,usm_0.66_1.00_0.01,enc_auto/9bb9e9_cae4f269e2fa4cd9bea06439d34d4530~mv2.png)
ପରିବର୍ଦ୍ଧିତ ତାଲାବନ୍ଦ ଓ ସଂକ୍ରମଣ ସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ୨୫୦ ବର୍ଷ ଇତିହାସରେ ପ୍ରଥମ ଥର ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବାର ସମ୍ଭାବନା ବହୁତ କମ ଥିଲା | ଏହା ପ୍ରାୟତଃ ନିଶ୍ଚିତ ଥିଲା ଯେ ଚଳିତ ବର୍ଷ ମହାମାରୀ ବ୍ୟାପିଥିବା ସମୟରେ ରଥଯାତ୍ରା କରିବା ଅତ୍ୟନ୍ତ ବିପଦଜନକ |
ରଥ ନିର୍ମାଣ କାର୍ଯ୍ୟ ଦେଶବ୍ୟାପୀ ଦ୍ଵିତୀୟ ପର୍ଯ୍ୟାୟ ତାଲାବନ୍ଦର ଶେଷ ପର୍ଯ୍ୟନ୍ତ ବିଳମ୍ବ ହୋଇଥିଲା ଓ ଗୃହମନ୍ତ୍ରଣାଳୟର ଅନୁମୋଦନ ପରେ ତାହା ତ୍ୱରାନ୍ୱିତ ହେଲା | ସେ ଯାହା ହେଉ, ଗୃହମନ୍ତ୍ରଣାଳୟ ଅନୁରୋଧ କରିଥିଲେ ଯେ ରଥଖଳା (ରଥ ଯେଉଁଠାରେ ନିର୍ମାଣ କରାଯାଏ) ରେ ଯେପରି ଜନସମାଗମ ନହୁଏ | ଗଜପତି ମହାରାଜା ଓ ସେବାୟତମାନେ ମଧ୍ୟ ବାରମ୍ବାର କହିଥିଲେ ଯେ ରଥ ନିର୍ମାଣ କାର୍ଯ୍ୟ ରଥଯାତ୍ରା ଉତ୍ସବ ପାଇଁ ଅନୁମତି ଭାବେ ବିବେଚନା କରାଯାଇନପାରେ | ରଥଯାତ୍ରା ଯଦି ବାତିଲ ହୁଏ, ତେବେ, ରଥ ନିର୍ମାଣରେ ବ୍ୟବହୃତ କାଠ ମନ୍ଦିର ରୋଷେଇଶାଳାରେ ଜାଳେଣୀ ରୂପେ ବ୍ୟବହାର କରାଯାଇପାରିବ | ଏହିପରି ପରିସ୍ଥିତିରେ ରାଜ୍ୟର ବହୁତ ଅନୁଷ୍ଠାନ ସାରା ରାଜ୍ୟରେ ଲଗାତାର ଭାବେ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବା ଦୃଷ୍ଟିରୁ ଏହାର ବିନାଶକାରୀ ପରିଣାମ ବାବଦରେ ଚେତାବନୀ ଦେଇ ରଥଯାତ୍ରାକୁ ସ୍ଥଗିତ ରଖିବା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରିଥିଲେ |
ଇତିହାସ କ’ଣ କହୁଛି ?
![](https://static.wixstatic.com/media/9bb9e9_9675508d88d74d7d824233b4bfd76b3c~mv2.png/v1/fill/w_980,h_551,al_c,q_90,usm_0.66_1.00_0.01,enc_auto/9bb9e9_9675508d88d74d7d824233b4bfd76b3c~mv2.png)
ରାଜ୍ୟରେ ପ୍ରଥମ ଥର ରଥଯାତ୍ରା ବାତିଲ ହେବା ଉପରେ ବହୁତ କଳ୍ପନା ଜଳ୍ପନା ଆରମ୍ଭ ହେଲା | ଯଦିଓ ଐତିହାସିକ ଦସ୍ତାବିଜ ପ୍ରତିପାଦନ କରେ ଯେ ପୂର୍ବରୁ ଅନେକ ଥର ମନ୍ଦିର ଉପରେ ଆକ୍ରମଣ କାରଣରୁ ରଥଯାତ୍ରା ବାତିଲ ହୋଇଥିଲା l ପୂର୍ବରୁ କଳାପାହାଡ଼ର ମନ୍ଦିର ଉପରେ ଆକ୍ରମଣ ଯୋଗୁଁ ୯ ବର୍ଷ ରଥଯାତ୍ରା ହୋଇ ନଥିଲା | ଠାକୁରଙ୍କ ମୂର୍ତ୍ତିଗୁଡିକୁ ଏକ ଅଜ୍ଞାତ ସ୍ଥାନରେ ଅନେକ ଥର ଏକ ଶତାବଧି ଉର୍ଦ୍ଧ୍ବ ସମୟ ଧରି ନିଆଯାଇଥିଲା ଆକ୍ରମଣ କାରଣରୁ, ତେଣୁ ରଥଯାତ୍ରା ସେହି ସମୟରେ ଅନୁଷ୍ଠିତ ହୋଇପାରିନଥିଲା l କିନ୍ତୁ ଇତିହାସରେ କେବେ ମହାମାରୀ କାରଣରୁ ରଥଯାତ୍ରା ବାତିଲ କରଯାଇନଥିଲା l ଏପରିକି ୧୭୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ସମୟରେ ମଧ୍ୟ କଲେରା ମହାମାରୀ ଓ ଲକ୍ଷ ଲକ୍ଷ ଲୋକ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ ସତ୍ତ୍ୱେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା l
ଟିଭିରେ ସିଧାପ୍ରସାରଣ ମାଧ୍ୟମରେ ଦର୍ଶନ
ଚୂଡାନ୍ତ ନିଷ୍ପତ୍ତି ଯାହା ହେଉ ନା କାହିଁକି, କେତେକ ବିଧିବିଧାନ ଓ ନୀତିକାନ୍ତି ପାଳନ କରିବା ପାଇଁ ସରକାର ଅନୁମତି ପ୍ରଦାନ କରିଥିଲେ | ଅକ୍ଷୟ ତୃତୀୟ ଠାରୁ ଆରମ୍ଭ କରି ଯାହାକି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୁଏ, ରଥଯାତ୍ରା ପୂର୍ବରୁ ଅନେକ ବିଧିବିଧାନ ଭକ୍ତଙ୍କ ଦର୍ଶନ ବିନା, ମନ୍ଦିର ପରିସର ମଧ୍ୟରେ ହୋଇଥିଲା | ଏହା ନିଷ୍ପତ୍ତି ହୋଇଥିଲା ଯେ ଭକ୍ତମାନେ କୌଣସି ବିଧିବିଧାନ କରିପାରିବା ପରିବର୍ତ୍ତେ ଟେଲିଭିଜନରେ ସିଧାପ୍ରସାରଣ ମାଧ୍ୟମରେ ଦର୍ଶନ କରିପାରିବେ | ତେଣୁ ଦେବସ୍ନାନ ପୂର୍ଣ୍ଣିମାର ବିଧିବିଧାନ ଟେଲିଭିଜନ ମାଧ୍ୟମରେ ସିଧାପ୍ରସାରଣ ମାଧ୍ୟମରେ ଦର୍ଶନ କରାଯାଇଥିଲା ଓ ବଡଦାଣ୍ଡରେ ଭକ୍ତମାନଙ୍କ ସମାବେଶକୁ ବାରଣ କରିବା ପାଇଁ ୧୪୪ ଧାରା ଲାଗୁ କରାଯାଇଥିଲା | ତାଲାବନ୍ଦ ୪.୦ ପରେ, ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସଭା ଅନୁଷ୍ଠିତ କରିଥିଲେ | ଏହି ମାସ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଭକ୍ତଙ୍କ ବିନା ରଥଯାତ୍ରା ଆୟୋଜନ କରିବା ପାଇଁ ଯୋଜନା କରିଥିଲେ l
ସେବାୟତ ମାନଙ୍କ ପାଇଁ କୋଭିଡ ପରୀକ୍ଷା
![](https://static.wixstatic.com/media/9bb9e9_4046e0d5704b4377bd43864b5e4f2d75~mv2.png/v1/fill/w_980,h_653,al_c,q_90,usm_0.66_1.00_0.01,enc_auto/9bb9e9_4046e0d5704b4377bd43864b5e4f2d75~mv2.png)
ପ୍ରାୟ ୮୦ ଜଣ ବଢ଼େଇ ( ମହାରଣା ଓ ଭୋଇ ସେବକ )କୋଭିଡ ପରୀକ୍ଷା ପରେ ଯୁଦ୍ଧକାଳୀନ ଭିତ୍ତିରେ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ କାମ କରୁଛନ୍ତି l ଯେଉଁ ସେବାୟତମାନେ ସ୍ନାନପୂର୍ଣ୍ଣିମା ନୀତିକାନ୍ତିରେ ଅଂଶ ଗ୍ରହଣ କରିବେ ସେମାନଙ୍କ ପର୍ଯ୍ୟାୟ କ୍ରମେ କୋଭିଡ ପରୀକ୍ଷା କରାଯାଇଥିଲା | ଦଇତାପତି ଓ ନିୟୋଗମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିଲେ l ପ୍ରାୟ ୫୦୦ ଜଣ ସେବାୟତ କୋଭିଡ ଯାଞ୍ଚର ସମ୍ମୁଖୀନ ହୋଇଥିଲେ | ଏହା ବ୍ୟତୀତ ଆୟୁର୍ବେଦ, ଯୋଗ, ହୋମିଓପାଥି (ଆୟୁଷ)ମନ୍ତ୍ରାଳୟ ପରାମର୍ଶ କ୍ରମେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ସେବାୟତମାନଙ୍କୁ ହୋମିଓପାଥି ଔଷଧ ବିତରଣ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରସାଶନ ସମସ୍ତ ଆୟୋଜନ କରିଥିଲେ l
ତେଣୁ ବର୍ତ୍ତମାନ କ’ଣ ?
![](https://static.wixstatic.com/media/9bb9e9_05ef0d72e3884525a730a708798c2736~mv2.png/v1/fill/w_980,h_653,al_c,q_90,usm_0.66_1.00_0.01,enc_auto/9bb9e9_05ef0d72e3884525a730a708798c2736~mv2.png)
କୋଭିଡ -୧୯ ର ଭୟ କୌଣସି ପ୍ରକାର ଜନସମାଗମକୁ ବାରଣ କରିଲା | ରାଜ୍ୟ ସରକାର ଶ୍ରୀମନ୍ଦିରକୁ ଜୁଲାଇ ୫ ତାରିଖ ଓ ରାଜ୍ୟର ଅନ୍ୟ ସମସ୍ତ ଧାର୍ମିକ ସ୍ଥଳକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ | ଓଡିଶାରେ ଲଗାତାର ଭାବେ ସ୍ୱଳ୍ପ ସମୟ ମଧ୍ୟରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି (୪୦୦୦ ରୁ ଅଧିକ କେବଳ ଦୁଇ ସପ୍ତାହ ମଧ୍ୟରେ ) ଏବଂ କୌଣସି ପ୍ରକାର ଜନସମାଗମ ବିପଦପୂର୍ଣ୍ଣ ହୋଇଥିବାରୁ ବର୍ତ୍ତମାନ ସମୟରେ ଏହା ଆୟୋଜନ କରିବା ଉପଦେଶଯୋଗ୍ୟ ନୁହେଁ | ଯଦିଓ ଭକ୍ତମାନଙ୍କ ରଥ ନିକଟକୁ ପ୍ରବେଶ କରିବା ବାରଣ କରିହେବ, କିନ୍ତୁ ପ୍ରଶାସନ ବହୁତ ପୋଲିସ ଫୋର୍ସ, ପ୍ରଶାସନିକ ଅଧିକାରୀ ଓ ସେବାୟତମାନଙ୍କୁ ରଥ ଟାଣିବା ପାଇଁ ଆବଶ୍ୟକ କରିପାରନ୍ତି | ବହୁତ ପ୍ଲାଟୁନ୍ ପୋଲିସ ଫୋର୍ସର ମୁତୟନ ପୁରୀର ଅନ୍ୟ ସବୁ ଅଞ୍ଚଳରେ ତାଲାବନ୍ଦ ପରିଚାଳନା ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ | ତେଣୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ହଜାର ହଜାର ଲୋକମାନଙ୍କ ବଦଳରେ ହାତୀମାନଙ୍କ ଦ୍ୱାରା ବା କୌଣସି ଯନ୍ତ୍ର ସାହାଯ୍ୟରେ ରଥ ଟାଣିବା ପାଇଁ ପରାମର୍ଶ ଦେଇଥିଲେ କାରଣ ଲୋକମାନେ ରଥ ଟାଣିଲେ ସଂକ୍ରମଣ ହେବାର ଆଶଙ୍କା ଅଧିକ | କିନ୍ତୁ ସେହି ପରାମର୍ଶ ସେବାୟତମାନଙ୍କ ଦ୍ୱାରା ଗ୍ରହଣୀୟ ହେଲା ନାହିଁ |
ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ରହିତାଦେଶ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି କରିଥିଲା ଓ ଅନେକ ଆବେଦନ ଦାଖଲ କରାଯାଇଥିଲା l ଏହି ସମସ୍ତ ପ୍ରହେଳିକା ଅବିଚାରରେ, ୪୦୦ ବର୍ଷରୁ ଉର୍ଦ୍ଧ୍ବ ପୁରୀ ଇତିହାସରେ ପ୍ରଭୁ ଜଗନ୍ନାଥ ଥରୁଟିଏ ତାଙ୍କ ଦର୍ଶନ ଦେବେ ନାହିଁ ,ଯେତେବେଳେ ଜାତି, ବର୍ଣ୍ଣ,ଧର୍ମ, ନିର୍ବିଶେଷରେ ସମସ୍ତ ଭକ୍ତ ତାଙ୍କୁ ଦର୍ଶନ କରିପାରିବେ ନାହିଁ l
Comments