top of page
QLS logo Open File-Updated-01.png
Search

ରୂପାନ୍ତରଣର ଏକ ଯାତ୍ରା

Writer: Biplab TaraiBiplab Tarai

୨୦୨୦ ଏକ ରୂପାନ୍ତରଣର ବର୍ଷ, ପୁରାତନ ଜୀବନଶୈଳୀର ବ୍ୟତିକ୍ରମ ଏବଂ ସବୁଦିନ ଆମ ନିକଟରେ ଉପସ୍ଥିତ ହେଉଥିବା ନୂତନତ୍ବ ସହିତ ଖାପଖୁଆଇବା | ୨୦୨୦ ରଥଯାତ୍ରା ଭକ୍ତଶୂନ୍ୟ ବଡଦାଣ୍ଡରେ, ବିନା ଗୀତ, ବାଜା ଓ ‘ଜୟଜଗନ୍ନାଥ’ ଧ୍ଵନିରେ ରଥ ଗଡି ଇତିହାସ ରଚନା କରିଥିଲା | ସମସ୍ତ ଲୋକମାନେ ନିଜର ଟେଲିଭିଜନ ପରଦା ଓ ମୋବାଇଲ ଫୋନରେ ଦର୍ଶନ କରିପାରିଲେ କେବଳ ସେବାୟତମାନଙ୍କ ଦ୍ୱାରା ରଥଟଣା ଓ ପୋଲିସ୍ ଫୋର୍ସ ଓ ସୁରକ୍ଷାକର୍ମୀଙ୍କ ଦ୍ୱାରା ରଥ ଚତୁଃପାର୍ଶ୍ଵରେ ଘେରି ରହିଥିବା ମାନବ ଶୃଙ୍ଖଳା, କୋଭିଡ-୧୯ ମହାମାରୀ ଦୃଷ୍ଟିରୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଦ୍ୱାରା ରହିତାଦେଶ ପରବର୍ତ୍ତୀ ସମୟରେ ବହୁତ ଦିନ ଧରି ଚାଲିଥିବା ବିଚାରଲୋଚନା, ପ୍ରତିବାଦ ମଧ୍ୟରେ ପୁରୀରେ ୧୪୪ ଧାରା ସହିତ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା l


ରଥଯାତ୍ରା ଗୋଟିଏ ଦିନର ଉତ୍ସବ ନୁହେଁ l ଗୋଟିଏ ସପ୍ତାହରୁ କମ ସମୟ ଥିଲା ଓ ଭାଇ ଭଉଣୀ ଠାକୁରଙ୍କର ବାହୁଡା ଯାତ୍ରା ମଧ୍ୟ ଅନ୍ୟ ଏକ ବହୁ ଆଡ଼ମ୍ବରେ ପାଳିତ ଉତ୍ସବ l ବାହୁଡା ଯାତ୍ରା ସମୟରେ ଯେତେବେଳେ ରଥ ସବୁ ଦକ୍ଷିଣ ମୁହଁ ହୋଇ ଗଡେ, ସେହି ସମୟରେ ବହୁତ ନୀତିକାନ୍ତି ମଙ୍ଗଳାର୍ପଣ ସହିତ ପାଳନ ହୋଇଥାଏ ଓ ପରବର୍ତ୍ତୀ ସମୟରେ ନୀଳାଦ୍ରିବିଜେ ଓ ସୁନାବେଶ ଅନୁଷ୍ଠିତ ହୋଇଥାଏ l ଜିଲ୍ଲା ପ୍ରସାଶନ ନୀଳାଦ୍ରିବିଜେ ଓ ସୁନାବେଶ ପାଇଁ ଜୁନ୍ ୩୦ ତାରିଖ ଠାରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି କରିଥିଲେ ଓ ୭୦ ପ୍ଲାଟୁନରୁ ଅଧିକ ପୋଲିସ୍ ଫୋର୍ସ, ୪୦୦ ଅଧିକାରୀ ମୁତୟନ କରିଥିଲେ | ବଡଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା ଓ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଟ୍ୱିଟରରେ ଏକ ଭିଡିଓ ମାଧ୍ୟମରେ ଲୋକମାନଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ ଅନୁରୋଧ କରିଥିଲେ ଓ ସମ୍ପୂର୍ଣ୍ଣ ବନ୍ଦ ସମୟରେ ସହର ଭିତରକୁ ନ ପଶିବା ପାଇଁ ଓ ସହର ବାହାରକୁ ନ ବାହାରିବା ପାଇଁ ଅନୁରୋଧ କରିଥିଲେ |


ଯଦିଓ ଭାରତରେ ଧାର୍ମିକ ସମାବେଶ ବାରଣ କରାଯାଇଛି ଓ ଓଡିଶା ମଧ୍ୟ ଏ ଦିଗରେ ଅନ୍ୟ ଧାର୍ମିକ ସ୍ଥାନକୁ ଖୋଲାଯିବା ପାଇଁ ଅନୁମତି ପ୍ରଦାନ କରିନାହିଁ, ତଥାପି ଭକ୍ତଙ୍କ ବିନା ଏହି ଶତାବ୍ଦୀରୁ ପ୍ରଥା ପାଳନ କରାଯାଇଥିଲା | ରଥଯାତ୍ରାର ଏକ ଉଚ୍ଚ ଆଧ୍ୟାତ୍ମିକ ଉତ୍କର୍ଷତା ଅଛି ଯାହାକି ଏହି ସମୟରେ ହିଁ ତିନିଠାକୁର ରତ୍ନବେଦୀରୁ ବାହାରକୁ ଆସନ୍ତି ଓ ଭକ୍ତମାନଙ୍କୁ ଏପରିକି ଅନ୍ୟ ଧର୍ମର ଓ ଅନ୍ୟ ଧର୍ମ ବିଶ୍ୱାସ କରୁଥିବା ଲୋକମାନଙ୍କୁ ଦର୍ଶନ ଦିଅନ୍ତି | ଏହା ହିଁ ଜଗନ୍ନାଥ ଓ ତାଙ୍କ ବଡଭାଇ ଓ ଭଉଣୀ ସୁଭଦ୍ରାଙ୍କୁ ଅଦ୍ଵିତୀୟ ଭାବେ ପରିଗଣିତ କରିଛି | କାରଣ ବିଶ୍ୱର ଅନ୍ୟ କୌଣସି ପ୍ରଥାରେ ବିଗ୍ରହ ମନ୍ଦିର ବାହାରକୁ ଆସି ଭକ୍ତ ସମୁଦ୍ର ମଧ୍ୟରେ ଭକ୍ତମାନଙ୍କ ମଧ୍ୟରେ ମିଶିଯାନ୍ତି ନାହିଁ ଓ ଅନ୍ୟ ମନ୍ଦିରକୁ ଯାଇ ୯ ଦିନ ଅବସ୍ଥାନ କରନ୍ତି ନାହିଁ | ଏହି ଉତ୍ସବର ସମ୍ପୂର୍ଣ୍ଣ ଆଧାର ହେଲା ସାରା ପୃଥିବୀର ଭକ୍ତ ମାନଙ୍କୁ ଅଲୌକିକ ଜୀବନ୍ତ ବଡ ଠାକୁରଙ୍କ ଦର୍ଶନ ପାଇଁ ଅପୂର୍ବ ସୁଯୋଗ ଦେବା କାରଣ ଅଣ-ହିନ୍ଦୁମାନଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇନଥାଏ |


ସମଗ୍ର ପୁରୀ ସହର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ତାଙ୍କ ପରିବାର ଭାବେ ବିବେଚନା କରିଥାଏ | ଶ୍ରୀ ଗୁଣ୍ଡିଚା ମନ୍ଦିର ହେଉଛି ଭାଇଭଉଣୀ ଠାକୁରଙ୍କ ଜନ୍ମସ୍ଥାନ ଏବଂ ରଥଯାତ୍ରା ସେମାନଙ୍କ ନିଜ ମନ୍ଦିରକୁ ଆସିବା କଥା ମନେ ପକାଇଥାଏ | ଫେରିବା ପୂର୍ବରୁ ତିନିଠାକୁର ମା'ଗୁଣ୍ଡିଚାଙ୍କ ନିକଟରେ ପ୍ରତିଶୃତି ଦେଇଆସନ୍ତି ଯେ ସେମାନେ ଆସନ୍ତା ବର୍ଷ ସେଠାକୁ ଆଗମନ କରିବେ ଓ ପ୍ରତିବର୍ଷ ସେମାନଙ୍କ ଜନ୍ମସ୍ଥାନକୁ ଆସିବେ | ଏହି ପରିଚିତ ଭାବ ଧର୍ମସ୍ଥଳି ପୁରୀରେ ସବୁବେଳେ ବିଦ୍ୟମାନ | ଏଥିରେ ସାମାନ୍ୟ ପରିବର୍ତ୍ତନ ପୁରୀ ଜିଲ୍ଲାରେ ପ୍ରକମ୍ପ ସୃଷ୍ଟି କରିଦିଏ | ପୂର୍ବରୁ ଅନେକ ଥର ରଥଯାତ୍ରା ବାତିଲ ହୋଇଅଛି ବା ଅଜ୍ଞାତ ସ୍ଥାନରେ କରାଯାଇଥିଲା ଯେତେବେଳେ ଅଷ୍ଟାଦଶ ଶତାବ୍ଦୀରେ ଅନେକ ଥର ପୁରୀକୁ ଆକ୍ରମଣ କରାଯାଇଥିଲା | କିନ୍ତୁ ପୂର୍ବରୁ କେବେହେଲେ ଶୂନ୍ୟ ବଡ଼ଦାଣ୍ଡରେ ଅସହ୍ୟ ଗରମରେ ବିନା ଭକ୍ତଙ୍କ ଭକ୍ତି ଉତ୍ସାହ ଓ ରଥଟଣା ରଥଯାତ୍ରା ଅନୁଷ୍ଠିତ ହୋଇନଥିଲା | ଏହା ହିଁ ଜଗନ୍ନାଥ ଚେତନାର ଶ୍ରେଷ୍ଠ ପରାକାଷ୍ଠା ବା ନିଦର୍ଶନ |


Comments


QLS Logo-01.png

At QLS, we understand the processes that influence how settlements are shaped and our team can advise on all facets of the strategic planning and policy formulation, including feasibilities, visioning, procuring consultant teams, program management and marketing.

© 2021 Quantum Leap Studio

‎+91 674 230 0736
info@quantumleapstudio.com

736/737, Esplanade One, Bhubaneswar, Odisha - 751010

bottom of page